ଅସୁସ୍ଥ ମାଆଙ୍କୁ ହସ୍ପିଟାଲକୁ ଦେଖିବାକୁ ଯାଉଥିବାବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ନାବାଳକ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 17, 2020 IST

ଜାଲୌନ ୧୭/୧୦: ଉତ୍ତରପ୍ରଦେଶର ଜାଲୌନରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଖବର ସାମନାକୁ ଆସିଛି। ପୀଡ଼ିତା ଛାତ୍ରୀ ଜଣକ ଅସୁସ୍ଥ ଥିବା ମାଆଙ୍କୁ ଦେଖିବାକୁ ହସ୍ପିଟାଲକୁ ଯାଉଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ୨ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ବିଷୟରେ ପୀଡ଼ିତା ନିଜ ପରିବାର ଲୋକଙ୍କୁ କହିଥିଲେ ଏବଂ ଉରଇ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ। ପୋଲିସ୍ ତୁରନ୍ତ ୨ ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା।

ପୋଲିସର କହିବା​‌ ଅନୁସାରେ ଉରଇରେ ରହୁଥିବା ପୀଡ଼ିତା ଛାତ୍ରୀଙ୍କ ମାଆ ବୁଧବାର ଅସୁସ୍ଥ ହୋଇପଡ଼ିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ। ଏକାଦଶ ଶ୍ରେଣୀର ଛାତ୍ରୀ ମାଙ୍କୁ ଦେଖିବା ପାଇଁ ରାତି ପାଖାପାଖି ୧୨ଟାରେ ଚାଲି ଚାଲି ଘରୁ ହସ୍ପିଟାଲକୁ ଯାଉଥିଲେ।

ପୀଡ଼ିତା ଶହୀନ ଭଗତ ସିଂହ ଛକ ନିକଟରେ ରାସ୍ତା ଅନ୍ଧାରୁଆ ହୋଇ ଦେଖି ଫେରି ଯାଉଥିଲେ। ଏହି ସମୟରେ ଏକୁଟିଆ ଛାତ୍ରୀଙ୍କୁ ଦେଖି ୨ନାବାଳକ ତାଙ୍କ ପିଛା କରିଥିଲେ ଏବଂ କିଛି ଦୂର ଯାଇ ଦୁହେଁ ତାଙ୍କୁ ଘେରି ଯାଇଥିଲେ। ୨ଅଭିଯୁକ୍ତ ଛାତ୍ରୀଙ୍କୁ ବନ ବିଭାଗର ପଛକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

୨ଅଭିଯୁକ୍ତ ଘଟଣା ପରେ ଛାତ୍ରୀଙ୍କୁ ଧମକ ଦେଇ ଫେରାର ହୋଇଯାଇଥିଲେ। ଏହା ପରେ ଯେକୌଣସିମତେ ପୀଡ଼ିତା ନିଜ ଘରକୁ ପହଞ୍ଚିଥିଲେ। ସେହି ସମୟରେ ସେ କାହାକୁ କିଛି କହିନଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କୁ ଚିନ୍ତିତ ଦେଖି ତାଙ୍କ ମାଆ ପଚାରିବାରୁ ସେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ ଥାନାକୁ ନେଇ ଯାଇଥିଲେ। ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା ଶୁଣିବା ମାତ୍ରେ ଥାନାରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ପୋଲିସ୍ ପୀଡ଼ିତାଙ୍କୁ ମହିଳା ହସ୍ପିଟାଲକୁ ଚେକଅପ୍ ପାଇଁ ପଠାଇ ଦେଇଥିଲା ଏବଂ ମାମଲା ରୁଜୁ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.