ଗାଧୋଇବା ବେଳେ ଅଘଟଣ : ନଦୀରେ ଭାସିଯାଇ ୨ ନାବାଳକ ମୃତ

Published By : Prameya-News7 Bureau | December 14, 2020 IST

ଜୟପୁର ୧୪।୧୨: କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ହଞ୍ଜାରିଗୁଡା ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଗାଧାଉଥିବାବେଳେ ନଦୀ ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ପହଁରା ଜାଣିନଥିବାରୁ ନଦୀ ପାଣିରେ ବୁଡି ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ।

ମୃତକ ହେଲେ ରାଉରକେଲା ସେକ୍ଟର-ବିର ରଞ୍ଜନ କୁମାର ବେହେରା । ତାଙ୍କ ବୟସ ୧୩ ବର୍ଷ । ଅନ୍ୟ ଜଣେ ହେଲେ ନୟାଗଡ ଜିଲ୍ଲା କୁମୁନ୍ଦ ଗ୍ରାମର ପ୍ରଭାତ କୁମାର ଦଳେଇ । ତାଙ୍କ ବୟସ ୧୬ବର୍ଷ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.