ବାଣ ଫୁଟି ଦୁଇ ନାବାଳକ ଗୁରୁତର

Published By : Prameya-News7 Bureau | April 27, 2019 IST

ଉମରକୋଟ ୨୭|୪: ବାଣ ଫୁଟି ଦୁଇ ନାବାଳକ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କନ୍ଧଗୁଡା ଗ୍ରାମରେ ଗତ ୨୪ ତାରିଖରେ ବାହାଘର ସମୟରେ ବାଣ ଫୁଟାଯାଇଥିଲା।

{"id":107939}

ତେବେ ଏହି ସମୟରେ ଏକ ଅଫୁଟା ବାଣ ରହିଯାଇଥିଲା। ଯାହାକୁ ଗତକାଲି ସେହି ଗ୍ରାମର ଦୁଇଜଣ ନାବାଳକ ଗୋଟାଇବା  ପରେ ତାହା ଫୁଟିଯାଇଥିଲା  । ଯାହାଫଳରେ ଦୁଇ ନାବାଳକ ଗୁରୁତର ହୋଇଯାଇଥିଲେ । ଉଭୟଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଆହତ ନାବାଳକଙ୍କ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.