ସମ୍ବଲପୁରରେ ଟ୍ରାଫିକ୍ ଚେକିଂ କଡାକଡି, ଦୁଇ ନାବାଳକ ଚାଳକଙ୍କୁ ୬୦ହଜାର ଫାଇନ୍

Published By : Prameya-News7 Bureau | March 05, 2020 IST

ସମ୍ବଲପୁର ୫।୩: ସମ୍ବଲପୁରରେ ପୁଣି ଟ୍ରାଫିକ୍ ଚେକିଂ କଡାକଡି । ଦୁଇ ଜଣ ନାବାଳକଙ୍କୁ ୬୦ ହଜାର ଫାଇନ୍ କରିଛି ପରିବହନ ବିଭାଗ । ଜଣେ ନାବାଳକ ସ୍କୁଟିରେ ତାଙ୍କ ମାଙ୍କୁ ମନ୍ଦିରରେ ଛାଡି ଆସୁଥିବାବେଳେ ପରିବହନ ବିଭାଗ ହାବୁଡରେ ପଡି ୩୦ ହଜାର ଫାଇନ୍ ଗଣିଛନ୍ତି ।

ସେହିପରି ଅନ୍ୟ ଜଣେ ନାବାଳକ ସ୍କୁଟିରେ ଯାଉଥିବାବେଳେ ତାଙ୍କ ମଧ୍ୟ ପରିବହନ ବିଭାଗ ୩୦ ହଜାର ଫାଇନ ପକାଇଛି । ଉଭୟ ଅଇଁଠାପାଲିରେ ଚେକିଂ ସମୟରେ ଧରାପଡିଛନ୍ତି । ଉଭୟଙ୍କ ଗାଡି ନମ୍ବର ଯଥାକ୍ରମେ ଓଡି ୧୫ ୫୩୧୮ ଅନ୍ୟଟି ହେଉଛି ଓଡି୧୫ ଏମ ୮୬୬୦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.