ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ନାବାଳକ ମୃତ

Published By : Prameya-News7 Bureau | August 24, 2019 IST

ପଟ୍ଟାମୁଣ୍ଡାଇ ୨୪|୮: ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ଆଳି ବ୍ଲକ୍ ଦେମାଳ ପଂଚାୟତର ଲୋକପଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

{"id":148100}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଦେମାଳ ପଂଚାୟତର ଲୋକପଡା ଗାଁ ଲୋକନାଥ ପୋଖରୀରେ ଦୁଇ ନାବାଳକ ଗାଧୋଉଥିଲେ । ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଉଭୟ ଗଭୀର ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ଲୋକପଡା ଗାଁର ଆବୁ ବକାର ଖାନ ଓ ଫରାନ ଖାନ । ଦୁଇ ଜଣଙ୍କ ବୟସ ୩ ବର୍ଷ ହେବ ବୋଲି ଜଣାପଡିଛି । ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.