ଆଇନ ଭାଙ୍ଗିଲେ ଆଇନ ମନ୍ତ୍ରୀ, ଲକଡାଉନ କଟକଣା ସତ୍ତ୍ୱେ ରାମ ନବମୀ ଉତ୍ସବରେ ଯୋଗଦେଲେ

Published By : Prameya-News7 Bureau | April 02, 2020 IST

ହାଇଦ୍ରାବାଦ, ୦୨|୦୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ତେବେ ତେଲଙ୍ଗାନାର ଦୁଇଜଣ ମନ୍ତ୍ରୀ ଆଲୋଲା ଇନ୍ଦ୍ରକରନ ରେଡ୍ଡି ଓ ପୁଭାଡା ଅଜୟ କୁମାର ଏହି କଟକଣା ନମାନି ଏକ ମନ୍ଦିରରେ ରାମ ନବମୀ ପାଳନ କରିଛନ୍ତି । ଉଭୟ ମନ୍ତ୍ରୀ ଭଦ୍ରାଚଳମର ଶ୍ରୀ ସୀତା ରାମଚନ୍ଦ୍ର ମନ୍ଦିରରେ ଏହି ଉତ୍ସବ ଧୂମଧାମରେ ପାଳନ କରିଛନ୍ତି ।

ତେଲେଙ୍ଗାନାରେ ଏବେ ୧୨୭ଟି କରୋନା ମାମଲା ସାମ୍ନାକୁ ଆସିଛି । ଏହି ରାଜ୍ୟରେ କରୋନା ସଂକ୍ରମଣର ଭୟ ଅଧିକ ଥିବା ମଧ୍ୟ ରିପୋର୍ଟ ଆସିଛି । ନିକଟରେ ଦିଲ୍ଲୀ ତବଲୀଗୀ ଜମାତରୁ ରାଜ୍ୟକୁ ଫେରିଥିବା ୯ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ । ଏତେ ସଚେତନତା ମଧ୍ୟରେ ମନ୍ତ୍ରୀଙ୍କ ରାମ ନବମୀ ପାଳନକୁ ନନେଇ ବିବାଦ ଆରମ୍ଭ ହୋଇଯାଇଛି ।

wp:core-embed/twitter {"url":"https://twitter.com/ANI/status/1245628633667923969?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245628633667923969\u0026ref_url=https%3A%2F%2Fwww.thequint.com%2Fnews%2Findia%2Ftelangana-min-celebrate-rama-navami-amid-lockdown-covid-19","type":"rich","providerNameSlug":"twitter","className":""}
https://twitter.com/ANI/status/1245628633667923969?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245628633667923969&ref_url=https%3A%2F%2Fwww.thequint.com%2Fnews%2Findia%2Ftelangana-min-celebrate-rama-navami-amid-lockdown-covid-19
/wp:core-embed/twitter

ଏହି ଉତ୍ସବରେ ସାମିଲ ହୋଇଥିବା ଆଲୋଲା ଇନ୍ଦ୍ରକରନ ରେଡ୍ଡି ହେଉଛନ୍ତି ରାଜ୍ୟର ଆଇନ ଓ ପରିବେଶ ମନ୍ତ୍ରୀ ଓ ପୁଭାଡା ଅଜୟ କୁମାର ହେଉଛନ୍ତି ପରିବହନ ମନ୍ତ୍ରୀ । କରୋନା ସଂକ୍ରମଣକୁ ନଜରରେ ରଖି ରାମ ନବମୀ ପାଳନ ଉପରେ କଟକଣା ଲାଗିଥିଲେ ମଧ୍ୟ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ଏକାଠି ହୋଇଥିଲେ ।

ତେବେ ଇନ୍ଦ୍ରକରନ ରେଡ୍ଡି କହିଛନ୍ତି ଯେ, ସେ ତେଲେଙ୍ଗାନା ସରକାରଙ୍କ ତରଫରୁ ସେଠାରେ ଯୋଗ ଦେଇଥିଲେ । ଗୁରୁବାର ଉଭୟ ମନ୍ତ୍ରୀ ଓ ସେମାନଙ୍କ ପରିବାରଲୋକଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.