ଜମ୍ମୁ କାଶ୍ମୀର ପୁଲୱାମାରେ ଯବାନ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | December 29, 2018 IST

ଶ୍ରୀନଗର ୨୯|୧୨:  ଜମ୍ମୁ କାଶ୍ମୀରର ପୁଲୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ରାଜପୋରା ଅଂଚଳରେ ଜାରିଥିବା ଏନକାଉଣ୍ଟରରେ  ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିବା ସଂପର୍କରେ ଜାଣିବା ପରେ ଯବାନମାନେ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏବେ ବି ସ୍ଥାନୀୟ ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି । ସୁରକ୍ଷାବାହିନୀ ସ୍ଥାନୀୟ ଅଂଚଳକୁ ଘେରାବନ୍ଦୀ କରି ରଖିଛି । ଶୁକ୍ରବାର ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଜଙ୍ଗଲ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ସେହିପରି କିଛି ଦିନ ତଳେ ସୋପିଆ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.