କୁଲଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ଆତଙ୍କବାଦୀ ସଫା

Published By : Prameya-News7 Bureau | May 22, 2019 IST

କୁଲଗାମ୍ ୨୨|୫:  ଜମ୍ମୁ ଓ କଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ଗୋପାଲପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ଫଳରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗୋପାଲପୋରା ଗ୍ରାମରେ କେତେଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ସେନାର ୩୪ ଆର୍‌ଆର୍‌ ଏବଂ ଏସ୍‌ଓଜି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିବା ପରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା ଆରମ୍ଭ କରିଥିଲା। ପାଲଟା ଜବାବରେ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁଳିବିନିମୟ ଫଳରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ଜଣାପଡିନାହିଁ । ସମ୍ପୃକ୍ତ ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.