ପୋଲିସ୍ ଏନକାଉଣ୍ଟରରେ ୨ ମାଓବାଦୀ ମୃତ...

Published By : Prameya-News7 Bureau | August 04, 2020 IST

କନ୍ଧମାଳ୪/୮: ପୋଲିସ୍ ଏନକାଉଣ୍ଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ। କନ୍ଧମାଳ ଏସ୍‌ପି ବିନିତ୍‌ ଅଗ୍ରଓ୍ବାଲ ଏ ସଂପର୍କରେ ସୂଚନା ଦେଇଛନ୍ତି।  ଗତ ଜୁନ୍ ୨୩ ତାରିଖରେ ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୁଲିସର କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ମାଓବାଦୀ ନିହତ ହୋଇଥିଲେ।

ସେମାନଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ତେବେ ସେତେବେଳେ ସେମାନଙ୍କ ପରିଚୟ ମିଳିନଥିଲା। ମୃତ ଶରୀର ବ୍ୟବଚ୍ଛେଦ ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ଭାବେ ରଖା ଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ନିୟମ ଅନୁଯାୟୀ ୨୭ ତାରିଖରେ ପୁଲିସ୍ ଶବ ଦୁଇଟିର ଶବ ସତ୍କାର କରାଯାଥିଲା। ଏଥିସହ ଉଭୟଙ୍କର ପରିଚୟ ଖୋଜା ଯାଇଥିବା ବେଳେ ଏବେ ସେମାନଙ୍କ ପରିଚୟ ମିଳିଛି। ତେବେ ସେମାନଙ୍କ ନାମରେ କେତେକଣ ମାମଲା ରହିଛି ତାହାର ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.