ସହିଦ ସପ୍ତାହରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya-News7 Bureau | July 29, 2018 IST

ନକ୍ସଲ ପନ୍ଥିଙ୍କ ସହିଦ ଦିବସ ବେଳେ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ଗତକାଲି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ରାଲେଗାଡା ପଞ୍ଚାୟରେ ମାଓବାଦୀ ମାନେ ବିରାଟ ମେଳି କରିଥିବା ବେଳେ । ଆଜି ସେହି ବିଚ୍ଛିନ୍ନାଞ୍ଚଳର ଏକ ମାଓ ଦମ୍ପତ୍ତି ମାଲକାନଗିରି ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି । କାଲିମେଳା ଥାନା ଅନ୍ତର୍ଗତ ସିଲାକୋଟା ଓ ମାରିଗାଟ୍ଟା ଗାଁର ମୁକେଶ ଓ ରତ୍ନା ନାମକ ଏହି ମାଓ ଦମ୍ପତ୍ତି ୨୦୦୮ ମସିହାରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ସକ୍ରିୟ ସଦସ୍ୟ. ଭାବେ କାମ କରୁଥିଲେ । ମୁକେଶ ବିଚ୍ଛିନ୍ନଞ୍ଚଳର ଏରିଆ କମାଣ୍ଡର ରହିଥିବା ବେଳେ ରତ୍ନା ପାର୍ଟୀ ମେମ୍ବର ଭାବେ କାର୍ଯ୍ୟ କରି ବିଚ୍ଛିନ୍ନା଼ଞ୍ଚଳରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ପୋଲିସର ଅପରେସନ ଜୋରଦାର ହୋଇଛି । ତେଣୁ ଭୟବିତ ହୋଇ ଏହି ଦମ୍ପତ୍ତି ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି । ସରକାରଙ୍କ ନିୟମ ଅନୁଯାଇ ସେମାନଙ୍କୁ ଥଇତାନ କରାଯିବ ବୋଲି ମାଲକାନଗିରି ଏସ.ପି. ଜଗମୋହନ ମିନା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.