Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ଯାଜପୁର : ଯାଜପୁରରେ ବ୍ୟାପିଲା କରୋନା, ଦଶରଥପୁର ବାଳିକା ବିଦ୍ୟାଳୟର ୯ଜଣ ଛାତ୍ରୀ ପଜିଟିଭ ଚିହ୍ନଟ
  • ||
  • ସୋର : ଟ୍ୟୁସନ୍ ଯାଇ ନିଖୋଜ ହୋଇଥିବା ୩ଛାତ୍ର ତାମିଲନାଡୁରୁ ଉଦ୍ଧାର, ଫେରୁଛନ୍ତି ଘରକୁ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||

ଆନ୍ଧ୍ରପ୍ରଦେଶରେ ଯବାନ-ମାଓବାଦୀ ଗୁଳିବିନିମୟ ; ଦୁଇ ମାଓବାଦୀ ନିହତ, ଜଣେ ଯବାନ ଆହତ

16/03/2019 at 3:26 PM

ବିଶାଖାପାଟଣା ୧୬|୩ : ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ନକ୍ସଲ ମାତିବା ଆରମ୍ଭ କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ପେଡାବାୟାଲୁ ସ୍ଥିତ ଏକ ଜଙ୍ଗଲରେ ନକ୍ସଲମାନେ ଚଳ ପ୍ରଚଳ କରୁଥିବା ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ମାତ୍ରେ ସିଆରପିଏଫର ୧୯୮ ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସଂପୃକ୍ତ ଅଞ୍ଚଳକୁ ଘେରିନେଇଥିଲେ ଯବାନମାନେ । ଯବାନମାନଙ୍କୁ  ସେହି ଅଞ୍ଚଳରେ ଦେଖି ନକ୍ସଲମାନେ ମାନେ ମଧ୍ୟ ସକ୍ରିୟ ହୋଇଉଠିଥିଲେ । ସିଆରପିଏଫ ଯବାନମାନଙ୍କୁ କଡା ଜବାବ ଦେଇଥିଲେ । ଗୁଳିବିନିମୟ ଫଳରେ ୨ ଜଣ ନକ୍ସଲ ନିପାତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts