Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭୁବନେଶ୍ବରରେ ଓ୍ବେଡିଂ ଲୁଟେରା ଗ୍ୟାଙ୍ଗ୍ : ଗିରଫ ଦୁଇ ଚୋରଙ୍କ ଠାରୁ ଟଙ୍କା-ଗହଣା-ଗାଡି ଜବତ , ଭଦ୍ରବେଶୀ ଚୋରଙ୍କ ହାଇ-ଲାଇଫ ଷ୍ଟାଇଲ୍

4/03/2020 at 7:31 PM

ଭୁବନେଶ୍ବର ୦୪।୦୩: ସାବଧାନ। ବାହାଘର ପାର୍ଟିରୁ ଗିଫ୍ଟ ଚୋରି କରିବାର ରାକେଟ ମାତିଛନ୍ତି। ହାତ ଚିକ୍କଣ କରିଦେଉଛନ୍ତି ଲକ୍ଷ ଲକ୍ଷ। ବର, କନ୍ୟା ଓ ପରିବାର ଲୋକଙ୍କ ଅଖିରେ ଧୁଳି ଦେଇ ଗିପ୍ଟ ଲୁଟ୍ କରୁଛନ୍ତି । ଖାଲି ଗିଫ୍ଟ ନୁହଁ, ଟଙ୍କା ସୁନା ଆଖିପିଛୁଳାକେ ଗାୟବ କରିଦେଉଛନ୍ତି । ଭୁବନେଶ୍ବରରେ ଏଭଳି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଜଣା ପଡ଼ିଛି ଏକ ରାକେଟ ଏହା ପଛରେ କାମ କରୁଛି। ଏକାଧିକ ସ୍ଥାନରେ ଏମାନେ ଏମିତି ଲକ୍ଷ ଲକ୍ଷ ଲୁଟିଛନ୍ତି।  

ସିସିଟିଭି କ୍ୟମେରାରେ କଏଦ ହୋଇଛି ଚୋରୀର ଭିଜୁଆଲ । ଭଦ୍ର ବେଶରେ ବାହାଘରକୁ ଆସି  ଯୁବକଜଣଙ୍କ ଖୁବ କାମ କରୁଛି । ଗେଷ୍ଟଙ୍କ ପାଇଁ ପଡିଥିବା ଚେୟାରକୁ  ମଧ୍ୟ ସଜାଡୁଛି । ଆଉ ମଉକା ଦେଖି ସୁନା ଟଙ୍କା ଓ ଗିପ୍ଟ ବ୍ୟାଗ ଧରି ଚମ୍ପଟ ମାରୁଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବର କୋଳଥିଆ ନିକଟ ଶ୍ରୀ ସାଇ ଗାଡେନ ମଣ୍ଡପରେ । ଶେଖ ଅବଦୁଲ ଲତିଫ ନାମକ ଚୋର ଏହିପରି ଢଙ୍ଗରେ ତିନିଟି ମଣ୍ଡପରେ ହାତ ଚିକ୍କଣ କରିଛି। ସେମିତି ଚନ୍ଦ୍ରଶେଖର ପୁରରେ ମଧ୍ୟ ସମାନ ଘଟଣା ଘଟିଛି।

ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ସିସି ଟିଭି ପୁଟେଜ ଛାନଭିନ କରି ଚୋରକୁ କାବୁ କରିଛି ପୋଲିସ । ଦୁଇଟି ଘଟଣାରେ ଦୁଇ ଜଣ ଚୋରକୁ ଗିରଫ କରିଛି ପୋଲିସ । ଜଣେ ଚୋର ହିରୋ ଭଳି ବୁଲେଟ ଧରି ହାଇ ପ୍ରୋଫାଇଲ ଲାଇଫ ମେଣ୍ଟେନ କରୁଥିବା ବେଳେ ଧରାପଡ଼ିଛି। ତା ଠାରୁ ଚାରି ଲକ୍ଷ ଟଙ୍କା କ୍ୟାସ, ଦୁଇ ଲକ୍ଷ ଟଙ୍କାର ସୁନା ଗହଣା, ଗୋଟିଏ ବୁଲେଟ ଓ ଗୋଟିଏ ୟାମାହା ବାଇକ ଜବତ କରିଛି ପୋଲିସ । ଧରାପଡ଼ିଥିବା ଦ୍ବିତୀୟ ଚୋର କେତେ ଟଙ୍କା, ସୁନା ଓ ରୁପା ହାତ ମାରିଛି, ତାର ଖୋଳ ତାଡ଼ କରୁଛି ପୋଲିସ ।

ଭୁବନେଶ୍ବରରେ ୱେଡିଂ ଲୁଟେରା ଗ୍ୟାଙ୍ଗ ସକ୍ରିୟ । ଆପଣ ଯଦି କୌଣସି ଭୋଜିଭାତ ଆୟୋଜନ କୁରଛନ୍ତି ତେବେ ହୁସିଆର ରୁହନ୍ତୁ, ବେପରୁଆ ହୁଅନ୍ତୁ ନାହିଁ। ସିସିଟିଭି ପରିସର ଅଞ୍ଚଳରେ ପାର୍ଟି ଆୟୋଜନ କରନ୍ତୁ। ବାହାଘର ବ୍ରତଘର ପାଇଁ ଲକ୍ଷଲକ୍ଷ ଟଙ୍କା ନେଉଥିବା ମଣ୍ଡପଗୁଡ଼ିକରେ ସିସିଟିଭି ଲଗାଯିବା ବାଧ୍ୟତାମୂଳକ ହେଉ।

   Related Posts