ପୋଲିସ ପଞ୍ଝାରେ ୨ କୁଖ୍ୟାତ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

Published By : Prameya-News7 Bureau | May 19, 2022 IST

ଭୁବନେଶ୍ବର ୧୯।୦୫ : କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଲୁଟେରା । ଏନେଇ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ହେଲା ପୋଲିସ ଲଗାତର ଭାବେ ଏହି ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଶେଷରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.