ଚୋରି କରି ଗାଡ଼ିରେ ଲୋଡ଼ କଲେ ସାମଗ୍ରୀ, ହେଲେ ଷ୍ଟାର୍ଟ ହେଲାନି ଅଟୋ ; ଆଉ ତାପରେ…

Published By : Prameya-News7 Bureau | October 25, 2021 IST

ବାଲିପାଟଣା ୨୫।୧୦ : ଭେରାଇଟି ଷ୍ଟୋର୍‌ରୁ ଚୋରି କରି ବନ୍ଧାହେଲେ ଲୁଟେରା । ୨ଜଣ ଲୁଟେରାଙ୍କୁ  କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ତେବେ ଗିରଫ ୨ ଲୁଟେରା ହେଉଛନ୍ତି ନିମାପଡ଼ା ଥାନା ଅଣ୍ଡିଆସାହିର ସୂର୍ଯ୍ୟକାନ୍ତ ବେହେରା ଓ ବାଲିପାଟଣା ଥାନା ଶିଶୁମଠ ସାହିର ସତ୍ୟବାନ ବେହେରା । ବାଲିପାଟଣା ଥାନା ଆଳୋଇ ଛକ ନିକଟରେ ଘଟିଛି ଘଟଣା ।

{"id":532827,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆଳୋଇ ଛକ ନିକଟରେ ଥିବା ଭେରାଇଟ୍‌ ଷ୍ଟୋରରୁ କିଛି ଲୁଟେରା ଲୁଟି କରି ଅଟୋରେ ସାମଗ୍ରୀ ଲୋଡ଼ କରିଥିଲେ । ହେଲେ ଠିକଣା ସମୟରେ ଅଟୋଟି ଷ୍ଟାର୍ଟ ହୋଇନଥିଲା । ଯାହାଫଳରେ ଫସର ଫାଟିଥିଲା ଲୁଟ୍‌ ଉଦ୍ୟମ । ଠିକ୍‌ ଏହି ସମୟରେ ଗାଁର ଜଣେ ବ୍ୟକ୍ତି ଲୁଟେରାଙ୍କୁ ଦେଖି ପାଟି କରିଥିଲେ । ଯାହାଫଳରେ ଗ୍ରାମବାସୀମାନେ ଦୌଡି ଆସି ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଲୁଟେରା ଫେରାର ହୋଇଯାଇଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ କାବୁ କରିଥିବା ୨ ଲୁଟେରାଙ୍କୁ ଧରି ଥାନାକୁ ଆଣିଥିଲେ । ସେମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏହାସହିତ ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.