ବିବାହ ମଣ୍ଡପରୁ ଲୁଟ୍ କରିଥିବା ଲୁଟେରାକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ : ଖଣ୍ଡଗିରିରୁ ଆଉ ଜଣେ ପୁରୁଣା ଚୋର ଗିରଫ, ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଜବତ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୪।୩: ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ବିବାହ ମଣ୍ଡପରୁ ଟଙ୍କା ଚୋରି କରିଥିବା ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଧରାପଡିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ସଂପୃକ୍ତ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ଗଣପତି ସାହୁ । ସେ କିଛି ଦିନ ହେଲା ଭୁବନେଶ୍ବରରେ ରହିଆସୁଥିବା ପୋଲିସ ସୂଚନା ଦେଇଛି । ଅନ୍ୟ ଜଣେ ଯୁବକ ଫେରାର ରହିଛି ।

{"id":232566,"sizeSlug":"large"}

ସେପଟେ ଖଣ୍ଡଗିରି ଥାନା ପୋଲିସ ଦ୍ବାରା ଆଉ ଜଣେ କୁଖ୍ୟାତ ଭଦ୍ର ଚୋର ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଶେଖ୍ ଅବଦୁଲ ଲତିଫ ବୋଲି ଜଣାପଡିଛି । ଲତିଫ ବିବାହ ମଣ୍ଡପରୁ ଟଙ୍କା ଚୋରି କରୁଥିବା ସିରିଜ୍ ଲୁଟେରା । ସେ ୪ଟି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କା ଚୋରି କରିଥିଲା । ତା ନିକଟରୁ ୪ଲକ୍ଷ ଟଙ୍କା ସହ ବାଇକ୍, ସୁନାଗହଣା ଜବତ ହୋଇଛି ।

{"id":232270,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ସ୍ଥିତ ବିବାହ ମଣ୍ଡପରୁ ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଥିଲା । ଶତାଧିକ ଲୋକଙ୍କ ଆଖିରେ ଧୂଳି ଦେଇ ସୁନା ଗହଣା ସହ ଟଙ୍କା ଲୁଟିନେଇଥିଲେ ଦୁଇ ଲୁଟେରା । ଅତିଥି ହୋଇ ବାହାଘର ଭୋଜିକୁ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ମିଶିଥିଲେ । ତା ପରେ ମଉକା ଦେଖି ସମସ୍ତଙ୍କୁ ଭୂଆଁ ବୁଲେଇ ଗିଫ୍ଟ ମିଳିଥିବା ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ । ଶନିବାର ଚନ୍ଦ୍ରଶେଖରପୁର ଥାନା ନିକଟରେ ଏକ ବାହାଘର ମଣ୍ଡପରେ ଏହି ଲୁଟ୍ ହୋଇଥିଲା ।

{"id":232337,"sizeSlug":"large"}

ସିସିଟିଭି ଫୁଟେଜରେ ପୂରା ଲୁଟର ଦୃଶ୍ୟଟି କଏଦ ହୋଇଥିଲା । ପ୍ରଥମେ ଲୁଟେରା ବାହାଘର ଭୋଜି ଭିତରକୁ ପଶିଥିଲେ । ପରେ ବାହାଘର ଭୋଜିରେ ବୁଲିଥିଲେ । ଯେଉଁ ସୋଫା ଉପରେ ଟଙ୍କା ବ୍ୟାଗଟି ଥିବା ଦେଖି ତା ନିକଟରେ ଯୁବକ ଜଣକ ବୁଲିଥିଲା। ପରେ ଧିରେ ଧିରେ ସୋଫା ପାଖକୁ ଯାଇଥିଲା । ଆଉ ଚାରିଆଡ଼େ ନଜର କରିଥିଲା, ଯେମିତି ତାକୁ କେହି ଦେଖୁନାହାନ୍ତି ତ । ଏହାପରେ ଆଖି ପିଛୁଳାକେ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲା । ଏହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।  ତେବେ ସଂପୃକ୍ତ ଚୋର ଜଣଙ୍କ ଧରାପଡିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.