କଟକ ୨୧।୮: କଟକ ଏସସିବି ମେଡିକାଲ ରୋଡରୁ ବୃଦ୍ଧାଙ୍କଠାରୁ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ ।
{"id":317940,"sizeSlug":"large"}ସୂତନାଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ବୃଦ୍ଧା ମହିଳା ଏସସିବି ମେଡିକାଲ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ ଯାଉଥିବା ସମୟରେ ବୃଦ୍ଧାଙ୍କଠାରୁ ଲୁଟ୍ ହୋଇଥିଲା । ବାଇକରେ ଆସି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ ଦୁଇ ଜଣ ଲୁଟେରା । ଅଭିଯୁକ୍ତଙ୍କଠାରୁ ପୋଲିସ ନଗଦ ହଜାର ଟଙ୍କା ସହ ମୋବାଇଲ୍ ଫୋନ୍, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ୍ ପାସବୁକ୍ ଏବଂ ବାଇକ୍ ଜବତ କରିଛି ।