ଦୁଇ ଲୁଟେରା ଗିରଫ, ୨୩ଟି ଦାମୀ ମୋବାଇଲ୍ ଜବତ

Published By : Prameya-News7 Bureau | January 09, 2021 IST

ଭୁବନେଶ୍ବର ୯।୧: ରାଜଧାନୀରୁ ପୁଣି ବ୍ୟାପକ ପରିମାଣର ମୋବାଇଲ ଫୋନ୍ ଜବତ ହୋଇଛି । ମୋବାଇଲ ଲୁଟ୍ ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨୩ଟି ଦାମୀ ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ମୋବାଇଲ ସହ ୩ଟି ଲାପଟପ ଏବଂ ଦୁଇଟି ବାଇକ୍ ଜବତ ହୋଇଛି ।

{"id":389594,"sizeSlug":"large","linkDestination":"none"}

ରାଜଧାନୀରେ ଏବେ ମୋବାଇଲ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି । ଦିନ ଦ୍ବିପ୍ରହରରେ ମୋବାଇଲ ଲୁଟ୍ ନେଉଛନ୍ତି । ଦାମୀ ଦାମୀ ମୋବାଇଲ ଦେଖି ସେମାନେ ଟାର୍ଗେଟ୍ କରୁଛନ୍ତି । ଲୋକଙ୍କ ମୋବାଇଲ୍ ଫୋନ୍ ଲୁଟିନେଇ ଫେରାର ହୋଇଯାଉଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଉଛି । କେହି କେହି ଧରା ପଡୁଛନ୍ତି ତ ଆଉ କେହି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଉଛନ୍ତି । ସେହି ମୋବାଇଲ ଲୁଟେରାମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.