ରାଜଧାନୀରୁ ଦୁଇ ବାଇକ୍ ଲୁଟେରା ଗିରଫ, ୧୧ଟି ଦାମୀ ବାଇକ୍ ସହ ଗୋଟିଏ ହାଇୱା ଜବତ

Published By : Prameya-News7 Bureau | August 25, 2020 IST

କଟକ ୨୫।୮: ରାଜଧାନୀରୁ ଦୁଇ ବାଇକ୍ ଲୁଟେରା ଗିରଫ । ସେମାନଙ୍କ ନିକଟରୁ ୧୧ଟି ଦାମୀ ବାଇକ୍ ସହ ଗୋଟିଏ ହାଇୱା ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଏଥି ସହ ବାଇକ୍ କିଣୁଥିବା ଅନ୍ୟ ଦୁଇ ଜଣ ବି ପୋଲିସ ପଞ୍ଝାରେ ।

କମ୍ ଦିନରେ କୋଟିପତି ହେବାର ନିଶା । ନିଜ ଆବଶ୍ୟକତା ପୂରଣ ପାଇଁ ଯୁବପିଢୀ ବାଛି ନେଉଛନ୍ତି ସର୍ଟକଟ ୱେ । କେବଳ ନୀରକ୍ଷର କିମ୍ବା ନିଶାଖୋର୍ ନୁହନ୍ତି ଏହି ଟ୍ରେଣ୍ଡରେ ଏବେ ଉଚ୍ଚଶିକ୍ଷିତ ଯୁବପିଢୀ । ଯାହାର ଉଦାହରଣ ବାଙ୍କୀର ସାହିଲ ଜେନ୍। ଭୁବନେଶ୍ବରର ଏକ ପ୍ରତିଷ୍ଠିତ କଲେଜରୁ ବାବୁ ଡିପ୍ଲୋମା ପାସ୍ କରିଛନ୍ତି । କିନ୍ତୁ ଚାକିରି ବାକିରି ନକରି ବହୁତ ଟଙ୍କା ରୋଜଗାର ନିଶାରେ ଲୁଟ୍ କଲା । ପ୍ରଥମେ ନ୍ୟାସନାଲ୍ ହାଇୱେରୁ ଟ୍ରକ ଚୋରି କରି କୋଲକାତାରେ ବିକ୍ରି କରୁଥିଲା । ଲକଡାଉନ୍ ସମୟରେ ନିଜ ଅଞ୍ଚଳର ବଣ୍ଟି ଓରଫ ସୁଶାନ୍ତ ପାତ୍ର ସହ ଭେଟ ହେଲା । ଆଉ ତାପରେ ବାଇକ୍ ଲୁଟ ଉଭୟଙ୍କ ମିଶନ୍ ପାଲଟିଗଲା । ଦିନରେ କାରରେ ବସି ବିଭିନ୍ନ ସ୍ଥାନରେ ରେକି କରୁଥିଲେ । ଆଉ ତାପରେ ମୌକା ଦେଖି ମାଷ୍ଟର କି ରେ ବାଇକ୍ ଧରି ଚମ୍ପଟ ମାରୁଥିଲେ । ଏଭଳି ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାର୍ଡ ।  ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଲୁଟ୍ ମାମଲା ରହିଛି । 

ହାଇୱାଟି ଗାଡିଟିକୁ ଏମାନେ କିଛି ଦିନ ତଳେ ଖୋର୍ଦ୍ଧା ଜଙ୍କିଆରୁ ଲୁଟି ନେଇ ଆଠଗଡ ନିକଟ ଏକ ଜଙ୍ଗଲରେ ରଖିଥିଲେ । ହାଇୱାକୁ ବି ଜବତ କରିଛି ସ୍ପେଶାଲ୍ ସ୍କ୍ବାର୍ଡ । ଏଥି ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍ ମଧ୍ୟ ଜବତ ହୋଇଛି । ଏହାଛଡା ସେମାନଙ୍କ ନିକଟରୁ ବାଇକ୍ କିଣୁଥିବା ଅନ୍ୟ ଦୁଇ ଜଣ ବାଙ୍କିର ବିଜୁ ପାତ୍ର ଏବଂ ଢେଙ୍କାନାଳର ପୃଥ୍ବୀରାଜ ପ୍ରଧାନକୁ ମଧ୍ୟ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.