ପୋଲିସ କବଜାରେ ୨ ଲୁଟେରା, ଚୋରି ନାନୋ କାର୍ ନେଇ କରୁଥିଲେ ଲୁଟ୍

Published By : Prameya-News7 Bureau | July 01, 2021 IST

ଭୁବନେଶ୍ବର ୧।୭: ନୟାପଲ୍ଲୀ ଥାନା ପୋଲିସ କବଜାରେ ଦୁଇ ଲୁଟେରା । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ । ଲୁଟେରାମାନେ ନାନୋ କାର୍ ନେଇ ଲୁଟ୍ କରୁଥିଲେ ବୋଲି ଜଣାପଡିଛି ।

ତେବେ ଲୁଟେରାଙ୍କ ନିକଟରୁ ଲୁଟ୍ ହୋଇଥିବା ନାନୋ କାର୍, ୬ଟି ଲାପଟପ ଓ ଲକ୍ଷାଧିକ ଟଙ୍କାର ନୂଆ ଲୁଗାପଟା ଜବତ ହୋଇଛି । ଚୋରା ନାନୋ କାର୍ ଧରି ବିଭିନ୍ନ ସ୍ଥାନରୁ ଏମାନେ ଲୁଟ୍ କରୁଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଥିବା ଲୁଟ୍ ।  ଛିନତାଇରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିଲା । ଲୁଟେରାଙ୍କ ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.