ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ, ବାଇକ୍ ସହ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ
25/09/2019 at 3:34 PM

ବଲାଙ୍ଗୀର ୨୫।୯: ବଲାଙ୍ଗୀର ପୁଇଁନ୍ତଳା ପୋଲିସ ଦ୍ବାରା ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗତ ୨୩ ତାରିଖରେ ବଲାଙ୍ଗୀର ସୋନପୁର ରାସ୍ତାରେ ଗୋଟିଏ ଟ୍ରକରେ ବେଣୁଧର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ୩୦ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲେ । ଏନେଇ ବେଣୁଧର ପୁଇଁନ୍ତଳା ଥାନାରେ ଏତଲା ଦେବା ପରେ ପୋଲିସ ଛାନଭିନ କରି ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଜଣ ହେଲେ ସାଲେଭଟ୍ଟାର ନରେନ୍ଦ୍ର ସୁନା ଓ ଲୋଇସିଂହାର ନବୀନ ଭିତିରିଆ । ତାଙ୍କଠାରୁ ଗୋଟିଏ ବାଇକ୍ ସହ ଦୁଇଟି ମୋବାଇଲ ଫୋନ୍ ଓ ନଗଦ ୩ହଜାର ୪ଶହ ଟଙ୍କା ସହ ରୂପା ସାମଗ୍ରୀ ଜବତ କରିଛି ପୋଲିସ। ତେବେ ପୂର୍ବରୁ ମଧ୍ୟ ଦୁଇ ଜଣଙ୍କ ନାଁରେ ବହୁ ମାମଲା ରହିଥିବା ବେଳେ ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।