ରାୟଗଡା ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ୯ ଲକ୍ଷ ଟଙ୍କା ଲୁଟ୍ ଘଟଣା : ୨ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

Published By : Prameya-News7 Bureau | January 25, 2019 IST

ରାୟଗଡ଼। ୨୫|୧: ରାୟଗଡ଼। ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାଗଦେଇର ମେଘନାଦ ଦାଶ ଓ ଛୋଟ ପଦିଆର ଆକୁଲୁ ଭାଗିରଥୀ । ସେମାନଙ୍କ ନିକଟରୁ ୪ଲକ୍ଷ ଟଙ୍କା ମୋବାଇଲ ଫୋନ, ପଲସର ବାଇକ୍ ଜବତ କରାଯାଇଛି ।

{"id":77966,"width":582,"height":433}

ବ୍ୟବସାୟୀଙ୍କ ଠାରୁ ଗତ ୪ ତାରିଖ ଦିନ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଔଷଧ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତଙ୍କଠାରୁ ୪ଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ । ଗତକାଲି ୨ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଚାଲିଥିବା ଏସ୍‌ପି ରାହୁଲ ପି. ଆର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.