ପରିବା ବଜାରରେ କରୁଥିଲେ ମୋବାଇଲ୍‌ ଲୁଟ୍‌, କାବୁ କରି ପୋଲିସ ଜିମା ଦେଲେ ଲୋକେ

Published By : Prameya-News7 Bureau | January 24, 2022 IST

ଭୁବନ ୨୪।୦୧: ଦିନକୁ ଦିନ ବଢିଚାଲିଛି ମୋବାଇଲ୍‌ ଲୁଟେରାଙ୍କ ପାର୍ଦୁଭାବ । ଏହିକ୍ରମରେ ୨ଜଣ ମୋବାଇଲ୍‌ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଲେ ଲୋକେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଥିବା ପରିବାର ବଜାରରେ ଘଟିଛି।

{"id":578581,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ପରିବା ବଜାରରେ ଲୋକମାନେ ପରିବା କିଣୁଥିବା ସମୟରେ ଜଣେ ଶିକ୍ଷକ ମନୋଜ ସାହୁଙ୍କ ମୋବାଇଲ ଚୋରି ହୋଇଥିଲା । କିଛି ସମୟ ପରେ  ବ୍ରହ୍ମାନନ୍ଦ ସାହୁଙ୍କ ମୋବାଇଲଟି ଚୋରି ହୋଇଥିଲା ।  ମୋବାଇଲ ଚୋରି ଘଟଣା ପରିବା ବଜାରରେ ପ୍ରଘଟ ହୋଇଯାଇଥିଲା । ଏହାପରେ ବଜାର କମିଟିର ସମସ୍ତ ସଦସ୍ୟ ପରିବା ସମସ୍ତ ବାଟ ଛେକି ଜଗିଥିଲେ । ଶେଷରେ ଦୁଇ ଜଣ ଅଚିହ୍ନା ଯୁବକ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ । ସେମାନଙ୍କୁ ବଜାର କମିଟ ସଦସ୍ୟ ଅଟକ ରଖି ତଲାସୀ କରିଥିଲେ । ଯାହାଫଳରେ ଦୁଇ ଜଣଙ୍କଠାରୁ ତିନୋଟି ଦାମି ମୋବାଇଲ ସହ ଗୋଟିଏ ବାଇକ ଜବତ ହୋଇଥିଲା ।

{"id":578582,"sizeSlug":"full","linkDestination":"none"}

ସେପଟେ ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଧରିବା ସହିତ ତିନୋଟି ମୋବାଇଲ ଓ ଗୋଟିଏ ବାଇକକୁ ଜବତ କରିଛି । ତେବେ ଅଟକ ଥିବା ଦୁଇ ମୋବାଇଲ ଚୋର ବିହାରର ବୋଲି ଜଣାପଡିଛି । ସେମାନଙ୍କର ନାମ ମାଇକେଲ ସନ୍ତୋଷ ଓ  ଅକ୍ଷୟ ବୋଲି ଜଣାପଡିଛି ।  ଦୀର୍ଘ ଦିନ ହେବ ଏପରି ଲୁଟ୍‌ କାର୍ଯ୍ୟ ଲିପ୍ତ ଥିଲେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.