Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମନୁଷ୍ୟ ପରେ ପଶୁଙ୍କ ଦେହରେ କରୋନା, ଚିଡ଼ିଆଖାନାରେ ଦୁଇ ସିଂହ ପଜିଟିଭ

10/06/2021 at 10:37 PM

ଚେନ୍ନାଇ, ୧୦।୬: ମନୁଷ୍ୟ ପରେ ଏବେ କରୋନା ଭାଇରସ ପଶୁଙ୍କୁ ବ୍ୟାପିବାକୁ ଆରମ୍ଭ କଲାଣି l ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ସମୟରେ କିଛି ଦିନ ତଳେ ପଶୁଙ୍କୁ ଏହା ସଂକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଥିଲା l ବର୍ତମାନ ଏହି ଭାଇରସରେ ତାମିଲନାଡୁର ଏକ ଚିଡିଆଖାନାରେ ଦୁଇଟି ସିଂହଙ୍କୁ ସଂକ୍ରମିତ ହୋଇଥିବା ଜଣାପଡିଛି l

ସୂଚନା ଅନୁସାରେ, ତାମିଲନାଡୁର ଅରିଗନାର ଆନ୍ନା ଜୁଲଜିକାଲ ପାର୍କରେ ଥିବା ଦୁଇଟି ସିଂହ କରୋନାରେ ସଂକ୍ରମିତ ଅଛନ୍ତି l ଏ ନେଇ Indian Veterinary Research Institute (IVRI) ପକ୍ଷରୁ କୁହାଯାଇଛି l ଚିଡିଆଖାନାରେ ଥିବା ସାତଟି ପଶୁଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠା ଯାଇଥିଲା l

ପଠା ଯାଇଥିବା ସମ୍ପଲ ମଧ୍ୟରେ ୪ଟି ବାଘ ଥିବା ବେଳେ ୩ ଟି ସିଂହ ଥିଲେ l ସେମାନଙ୍କ ମଧ୍ୟରୁ ଚାରି ବାଘଙ୍କର ନମୁନା ନେଗେଟିଭ ଆସିଥିଲା ଏବଂ ଗୋଟିଏ ସିଂହର ରିପୋର୍ଟ ନେଗେଟିଭ ଥିଲା l ଅନ୍ୟ ଦୁଇଟି ସିଂହଙ୍କ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ଏନେଇ IVRI ର ଯୁଗ୍ମ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

   Related Posts