Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ବୁଲା କୁକୁରଙ୍କୁ ଖାଇବାକୁ ଦେବା ପଡ଼ିଲା ମହଙ୍ଗା, ଚପଲ ମାଡ଼ ଖାଇଲେ ଛାତ୍ରୀ ଓ ତାଙ୍କ ବନ୍ଧୁ

8/03/2021 at 6:43 PM

ବେଙ୍ଗାଲୁରୁ, ୦୮/୦୩: ବୁଲା କୁକୁରଙ୍କୁ ଖାଇବାକୁ ଦେବା ଜଣେ ଯୁବତୀ ଏବଂ ତାଙ୍କ ବନ୍ଧୁଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ପଥର ମାଡ଼ ସହିତ ଚପଲ ମାଡ଼ ସହିବାକୁ ପଡ଼ିଛି । ଏହି ସମୟର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଘଟଣାଟି ଗତ ଶୁକ୍ରବାର ରାତି ବେଙ୍ଗାଲୁରୁର ନଗରଭାବି ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି ।  

ଘଟଣା ଅନୁସାରେ, ଆଇନ୍‌ ଛାତ୍ରୀ ପ୍ରିୟା ଏବଂ ତାଙ୍କ ବନ୍ଧୁ ସତ୍ୟଜିତ୍‌ ବିନାୟକ ଲେଆଉଟ୍‌ର ୩୦ କ୍ରସ୍‌ ରୋଡ୍‌ରେ ଯାଉଥିବା ସମୟରେ ଅଟକି ଥିଲେ । ରାସ୍ତାରେ ବୁଲୁଥିବା କିଛି କୁକୁରଙ୍କୁ ପ୍ରିୟା ଖାଇବାକୁ ଦେଇଥିଲେ । ସେ ସବୁଦିନ ଏହି କାମ କରୁଥିଲେ ।

କୁକୁରଙ୍କୁ ଖାଇବାକୁ ଦେବା ସମୟରେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ତାଙ୍କ ପୁଅ ପ୍ରିୟାଙ୍କୁ ଏନେଇ ବାରଣ କରିଥିଲେ । ସେମାନେ ଗଳିରେ କୁକୁର ବୃଦ୍ଧି ପାଉଥିବା କହିବା ସହିତ ପ୍ରିୟାଙ୍କୁ ଗାଳି ଗୁଲଜ୍‌ କରିଥିଲେ । ଏହି ଝଗଡ଼ା ଭିତରେ ତାଙ୍କ ପଡ଼ୋଶୀ ଆସି ବୁଝାସୁଝା କରିବାରୁ ମାମଲା ଶାନ୍ତ ପଡ଼ିଥିଲା ।

ଏହି ଘଟଣାକୁ ନେଇ ପ୍ରିୟା କହିଥିଲେ ଯେ, ସେ ଦୀର୍ଘ ୩ ବର୍ଷ ଧରି ଏହି ଅଞ୍ଚଳରେ ରହିଆସୁଛନ୍ତି । ଏଥି ସହିତ ସେ କୁକୁର ମାନଙ୍କ ସେବା କରିବା ସହିତ ତାଙ୍କୁ ଓୌଷଧ ଦେଇଛନ୍ତି । ପ୍ରତ୍ୟେକ ଦିନ ପ୍ରିୟା ସେମାନଙ୍କୁ ଖାଇବାକୁ ଦେଇଥାନ୍ତି ଏବଂ ଏହା ଆଗକୁ ସେ ଜାରି ରଖିବେ ବୋଲି କହିଛନ୍ତି । ଏନେଇ ସେ ପୋଲିସ୍‌ ଥାନାରେ ମାମଲା ମଧ୍ୟ ଦାଏର୍ କରିଥିବା ଜଣାପଡ଼ିଛି ।

ତେବେ ଏହି ଘଟଣାର ଭିଡିଓ ସୋସାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ବିଭିନ୍ନ ମତ ଦେଇଛନ୍ତି । କିଛି ପଶୁପ୍ରେମୀ ପ୍ରିୟାଙ୍କୁ ପ୍ରଂଶସା କରିବା ସହିତ ଏହି କାମ ଜାରି ରଖିବାକୁ କହିଥିବା ବେଳେ ଅନ୍ୟ କିଛି ଲୋକ ସହରରେ ବଢ଼ୁଥିବା କୁକୁରଙ୍କ ସଂଖ୍ୟା ସମସ୍ୟ ସୃଷ୍ଟି କରୁଛି ବୋଲି ମତ ଦେଇଥିବା ଦେଖିବାକୁ ମିଳିଛି ।  

   Related Posts