Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଧରା ପଡିଲେ ୨ ଲେଡି ଲୁଟେରା : ଗହଣା ଦେଖିବା ବାହାନାରେ ଲୁଟୁଥିଲେ

7/11/2020 at 5:28 PM

ଢେଙ୍କାନାଳ ୭।୧୧: ଗ୍ରାହକ ହୋଇ ଚଞ୍ଚକତାର ସହ ଗହଣା ଦୋକାନରୁ ଲୁଟ୍ କରୁଥିଲେ । ଆଉ ଦୋକାନରେ ସିସିଟିଭି ନଥିବାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ଅଳଙ୍କାର ଲୁଟ୍ କରୁଥିବା ବେଳେ ଧରପଡିଗଲା ଚାଲ୍ । ସ୍ଥାନୀୟ ଲୋକ ଗ୍ରାହକ ହୋଇ ଲୁଟ୍ କରୁଥିବା ଏହି ଦୁଇ ମହିଳାଙ୍କୁ କାବୁ କଲେ ।

ଢେଙ୍କାନାଳ ସହର ଗାନ୍ଧିମନ୍ଦିର ରୋଡ଼ରେ ଥିବା ସୁନୀତା ଜୁଏଲରୀରୁ ଏପରି ଅଭିନବ ଉପାୟରେ ଲୁଟୁ କରୁଥିବା ଦୁଇ ମହିଳାଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି । ଅଟକ ଏହି ଦୁଇ ମହିଳା କଟକ ସିଡିଏ ଓ ଅଲିଶା ବଜାର ଅଂଚଳର ବୋଲି ଶୁଣାଯାଉଛି । ଏମାନେ ଗୋଟିଏ ସ୍କୁଟିରେ ଯାଇ ଢେଙ୍କାନାଳ ସହରର କେତକ ଗହଣା ଦୋକାନରେ ଗ୍ରାହକ ଭାବେ ଗହଣା କିଣିବା ବାହାନା କରି ଲୁଟ୍ ଉଦ୍ୟମ କରିଛନ୍ତି । ତେବେ ସୁନୀତା ଜୁଏଲରୀ ୱାର୍କସପରେ ସିସିଟିଭି ନଥିବାର ସୁଯୋଗରେ ଏପରି ଲୁଟ୍ କରିଥିବା ଅନୁମାନ କରାଯାଇଛି । ଗହଣା ଦୋକାନୀଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଜରି ରଖିଛି । ତେବେ ସେମାନଙ୍କଠାରୁ ଏକ ସ୍କୁଟି, କିଛି ପାଉଁଜି, ସୁନା ମୁଦି, ଗୋଡ଼ ମୁଦି ଆଦି ଅଳଙ୍କାର ଉଦ୍ଧାର କରାଯାଇଛି ।

   Related Posts