Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଡାକ୍ତରଙ୍କୁ କରୋନା : କଳାହାଣ୍ଡିର ୨ ମହିଳା ଡାକ୍ତର ସଂକ୍ରମିତ, କ୍ବାରେଣ୍ଟାଇନରୁ ଫେରିଥିବା ବ୍ୟକ୍ତିଙ୍କୁ କରିଥିଲେ ଚିକିତ୍ସା

13/06/2020 at 7:54 AM

କଳାହାଣ୍ଡି ୧୩।୬: କଳାହାଣ୍ଡି ଜିଲ୍ଲାରେ ଆଉ ୩ଜଣ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଦୁଇ ମହିଳା ଡାକ୍ତର ରହିଛନ୍ତି । ତୃତୀୟ ଆକ୍ରାନ୍ତ ଜଣଙ୍କ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଶ୍ରମିକ ।

ଆକ୍ରାନ୍ତ ଦୁଇ ମହିଳା ଡାକ୍ତର ନର୍ଲ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର । ସେମାନେ କ୍ବାରେଣ୍ଟାଇନରୁ ଫେରିଥିବା ବ୍ୟକ୍ତିକୁ ୭ ଦିନ ପୂର୍ବରୁ ନର୍ଲ। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିବା ବେଳେ ସଂସ୍ପର୍ଶରେ ଆସିଥିଲେ । ସେହିପରି ତୃତୀୟ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ତଲେଙ୍ଗାନାରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ । ଦୁଇ ମହିଳା ଡାକ୍ତର ଆକ୍ରାନ୍ତ ଚିହ୍ନଟ ପରେ ନର୍ଲ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାମୟିକ ସମୟ ପାଇଁ ସଟଡାଉନ କରିଦିଆଯାଇଛି । ସିଏଚସିର ସମସ୍ତ କର୍ମଚାରୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ୩ ନୂତନ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ସେଥିମଧ୍ୟରୁ ୨୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୧ ଜଣ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ।

   Related Posts