ସମ୍ବଲପୁର ସେଣ୍ଟ ଜୋସେଫ୍ କନ୍‌ଭେଣ୍ଟ ସ୍କୁଲରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ମାମଲା ଚପାଇବାକୁ ପୋଲିସର ଉଦ୍ୟମ !

Published By : Prameya-News7 Bureau | July 19, 2019 IST

ସମ୍ବଲପୁର ୧୯|୭: ସମ୍ବଲପୁର ସହରର ସାକ୍ଷୀପଡ଼ାରେ ଥିବା ସେଣ୍ଟ ଜୋସେଫ୍‌ କନ୍‌ଭେଣ୍ଟ ସ୍କୁଲରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପୁଣି ଏଭଳି ସାଂଘାତିକ କାମ କରିଛନ୍ତି ସ୍କୁଲରେ କାମ କରୁଥିବା ୨ ଜଣ ମାର୍ବଲ ମିସ୍ତ୍ରୀ । ଘଟଣାକୁ ନେଇ ଯେତେବେଳେ ଅଭିଭାବକମାନେ ତାତିଛନ୍ତି, ସେତେବେଳେ ପୋଲିସ ପହଞ୍ଚି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିବା ମାମଲାକୁ ଆହୁରି ଗମ୍ଭୀର କରିଛି । ଚାଲନ୍ତୁ ଜାଣିବା କ’ଣ ରହିଛି ପୂରା ଘଟଣା ।

{"id":135385}

ଗୋଟେ ପ୍ରାଇଭେଟ୍‌ ସ୍କୁଲକୁ ଲକ୍ଷ ଲକ୍ଷ ଟଙ୍କା ଫିସ୍‌ ଦେଇ ପିଲାଙ୍କୁ ପାଠ ପଢ଼ାଇବାକୁ ଛାଡ଼ୁଛନ୍ତି  ଅଭିଭାବକମାନେ । ଆଉ ଯେତେବେଳେ ସେମାନଙ୍କ ପିଲାର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ସେତେବେଳେ କେଉଁ ବାପାମାଆ ଥୟ ଧରି ବସିପାରିବେ ?  ସ୍କୁଲ ପରିସରରେ ପୁଣି ଦୁଇ ଜଣ ମାର୍ବଲ ମସ୍ତ୍ରୀ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ସିରୟସ ନାହାନ୍ତି । ପୋଲିସକୁ ଡାକି ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ପାଲଟା ଅଭିଭାବକଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ।

{"id":135388}

ଏଭଳି ଘଟଣା ପରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ । ଘଟଣାକୁ ଗୁରୁତ୍ବ ଦେଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକମାନେ । ସେପଟେ ଏହି ଘଟଣାରେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ଜିଲ୍ଲାପାଳ ମଧ୍ୟ ଦୃଷ୍ଟି ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.