Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେ ପୁଣି ଦୁର୍ଘଟଣା : ଟ୍ରକରେ ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ

5/04/2019 at 1:27 PM

ଆଗ୍ରା ୫/୪ : ଆଜି ସକାଳୁ ସକାଳୁ ମେନପୁରୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି | ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେ ଦେଇ ଯାଉଥିବା ଏକ ଟ୍ରକ ଜାତୀୟ ରାଜପଥରୁ ତଳକୁ ପଡିଯାଇଥିଲା | ପଡିଯିବାରୁ ଟ୍ରକର ପଛପଟ ଟାୟାରରେ ନିଆଁ ଲାଗିଯାଇଥିଲା | ନିଆଁ କ୍ଷଣକେ ଟାୟାରରୁ ପୁରା ଟ୍ରକକୁ ମାଡି ଯାଇଥିଲା | ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଏବଂ ହେଲପର ଜୀବନ୍ତ ଜଳିଗଲେ |


ପୋଲିସ ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ମେନପୁରୀ ଥାନା ଅନ୍ତର୍ଗତ କୁରା ଅଂଚଳକୁ ଏକ ଚାଉଳ ବୋଝେଇ ଟ୍ରକ ଯାଉଥିଲା | ନିଦ ଯୋଗୁଁ ଅଚାନକ ଡ୍ରାଇଭରଙ୍କ ଆଖି ପଡିଯାଇଥିଲା | ଆଖି ଲାଗି ଯିବାରୁ ଟ୍ରକ ହାଇୱେରୁ ତଳକୁ ପଡିଯାଇଥିଲା | ତଳେ ପଡିଯିବା ଫଳରେ ଟ୍ରକ ୨ ଭାବ ହୋଇଯାଇଥିଲା | ତଳେ ପଡିଯିବାରୁ ଡିଜେଲ ଟାଙ୍କି ଫାଟି ଯାଇଥିଲା ଏବଂ ଟାୟାରରେ ନିଆଁ ଲାଗିଯାଇଥିଲା | ଟ୍ରକର କ୍ୟାବିନ ଚାପି ହୋଇଯାଇଥିଲା | ଯାହାଫଳରେ ଡ୍ରାଇଭର ଏବଂ ହେଲପର ବାହାରକୁ ବାହାରି ପାରିଲେନାହିଁ | ଅଳ୍ପ ସମୟ ମଧ୍ୟରେ ପୁରା ଟ୍ରକ ଜାଳି ଯାଇଥିଲା | ଫଳରେ ଟ୍ରକ ଡ୍ରାଇଭର ଏବଂ ହେଲପର ଜୀବନ୍ତ ଜଳିଗଲେ | ମୃତ ଡ୍ରାଇଭର ହେଲେ ସୁଖରାମ ଏବଂ ହେଲପରଙ୍କ ନାଁ ହେଲା ଇରଫାନ | ଉଭୟଙ୍କ ଘର ରାଜସ୍ଥାନ ବନାବର ଅଂଚଳରେ ବୋଲି ଜଣାପଡିଛି |

   Related Posts