କାଜୁ ଜଙ୍ଗଲ ବିବାଦରୁ ୨ ଜଣଙ୍କୁ ଅପହରଣ, ଗାଁରେ ପୋଲିସ ମୁତୟନ

Published By : Prameya-News7 Bureau | April 24, 2021 IST

ନୟାଗଡ ୨୪।୪: ନୟାଗଡ ଜିଲ୍ଲା ଶରଣକୁଳ ଥାନା ଜାକେଡା ଗଁ।ରେ କାଜୁ ଏବଂ ଆମ୍ବ ତୋଟାକୁ କେନ୍ଦ୍ର କରି ଶୁକ୍ରବାର ରାତିରେ ଦୁଇ ଜଣଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅପହୃତ ଦୁଇ ଜଣ ହେଲେ ଜାକେଡା ଗଁ।ର ବୁଦ୍ଧିବାମନ ନାହାକ ଏବଂ ମଣିଆ ନାହାକ । ଶୁକ୍ରବାର ବିଳମ୍ବିତ ରାତିରେ ସେହି ଗଁ।ର କିଛି ଲୋକ ଏହି ଦୁଇ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଗଁ। ଠାରୁ ଏକ କିଲୋମିଟର ଦୂରରେ ଥିବା କାଜୁ ଜଙ୍ଗଲ ଏବଂ  ଆମ୍ବ ତୋଟାକୁ ନେଇ ଗଁ।ର ଦୁଇ ଗୋଷ୍ଠୀ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ଗଁ।ର ଗୋଟିଏ ଗୋଷ୍ଠୀର ଲୋକମାନେ ଏହି ଦୁଇଟି ତୋଟାକୁ ଅକ୍ତିଆର କରି ରଖିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକମାନେ ଏଠାରୁ ଭାଗ ନେବା ପାଇଁ ଦାବି କରିଆସୁଥିଲେ । ଏଥିପାଇଁ ଗଁ।ରେ ବାରମ୍ବାର ସଭା ବସିବା ସହ ପୋଲିସ ମଧ୍ୟ ଗଁ।କୁ ଯାଇ ସମାଧାନ କରିବାକୁ ଚେଷ୍ଟା କରିଥିଲା । ଉଭୟ ସମାନ ଭାବରେ ବାଣ୍ଟିବାକୁ ପୋଲିସ ପକ୍ଷରୁ କୁହାଯାଇଥିଲା । ଦୁଇ ଦିନ ତଳେ ମଣିଆ ଏବଂ ବୁଦ୍ଧିବାମନ ତୋଟାକୁ ଯାଇ ଆମ୍ବ ତୋଳିକରି ଆଣିଥିଲେ, ଯାହାକୁ ନେଇ ବିବାଦ ଆହୁରି ତେଜିଥିଲା । ଅନ୍ୟ ଗୋଷ୍ଠୀର ଲୋକମାନେ ମଣିଆ ଏବଂ ବୁଦ୍ଧିବାମନଙ୍କୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛି । ଖବରପାଇ ଶରଣକୁଳ ପୋଲିସ ଗଁ।ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖ ଜଙ୍ଗଲରେ ପୋଲିସ ଖାନତଲାସି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପହୃତଙ୍କ ପତ୍ତା ମିଳିନଥିବାରୁ ଗଁ।ରେ ଉତ୍ତେଜନା ଦେଖାଦେଇଛି । ଓଡଗଁ। ତହସିଲଦାର ଏବଂ ଶରଣକୁଳ ଏସଡିପିଓ. ଗଁ।ରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛି । ଗଁ।ରେ ପୋଲିସ ମୁତୟନ ଅଛି ଏବଂ ଖୋଜାଖୋଜି ଚାଲିଛି ଅତିଶୀଘ୍ର ଉଭୟଙ୍କୁ ବାହାର କରାଯିବ ବୋଲି ଶରଣକୁଳ ଏସଡିପିଓ. କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.