Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ରୁଷିଆରେ ଚମକିବେ ଜୟପୁରର ୨ଜଣ ଖେଳାଳି, ହେଲେ ଅର୍ଥ ସାଜିଛି ବାଧକ

30/08/2019 at 5:23 PM

ଜୟପୁର ୩୦|୮: ଆନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ରୁଷିଆରେ ଚମକିଵେ ଜୟପୁରର ୨ଜଣ ଖେଳାଳି।ଏମାନେ ହେଲେ ସିନିୟର ବିଭାଗରେ ଅମିତ କଣ୍ଡପାନ ଓ ଜୁନିୟର ଵିଭାଗରେ ରିହାନ ଖାନ।ଆମ ରାଜ୍ୟରୁ ୭ଜଣ ଖେଳାଳି  ମନୋନୀତ ହୋଇଥିବାବେଳେ ଏମାନେ ଏଥିରେ ସ୍ଥାନ ପାଇଛନ୍ତି।ଆସନ୍ତା ୨୦ ତାରିଖରେ ଏମାନେ ରୁଷିଆ ଅଭିମୁଖେ ଵାହାରିଵାକୁ ଥିବା ଵେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।ଆସନ୍ତା ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ରୁଷରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଵାକୁ ଯାଉଥିବା ଵେଳେ ଏହାକୁ ନେଇ ଜୟପୁରର କ୍ରୀଡା ପ୍ରେମୀ ଵି ଵେଶ ଉତ୍ସାହିତ।

ଆସନ୍ତା ସେପ୍ଟେମ୍ବର ମାସର ୨୪ ରୁ ୨୯ ତାରିଖ ଯାଏଁ ଏହି ୬ ଦିନ ଧରି ରୁଷିଆର ଆନାପା ସହରରେ ଅନୁଷ୍ଠିତ ହେଵ ଆନ୍ତର୍ଜାତୀୟ ଡାଇମଣ୍ଡ କିକ୍ ଵକ୍ସିଂ ଚମ୍ପିୟନସିପ୍।ଆଉ ଏଥିରେ ଓଡ଼ିଶାରୁ ଵିଭିନ୍ନ ବର୍ଗରେ ମୋଟ ୭ଜଣ ଖେଳାଳି ଭାଗ ନେଵେ।ଏହି ୭ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜୟପୁର ସହରର ୨ଜଣ ଖେଳାଳି।

ଏମାନେ ହେଲେ ସିନିୟର ବର୍ଗରେ ଅମିତ କଣ୍ଡପାନ ଓ ଜୁନିୟର ଵର୍ଗରେ ରିହାନ ଖାନ।ଉଭୟ ଖେଳାଳି ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଵହୁଵାର ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ପଦକ ବି ଜିତିଛନ୍ତି।ଆଉ ଏବେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗ ନେଵାକୁ ଯାଉଥିଵାରୁ ମନରେ ବେଶ ଉତ୍ସାହ ଦେଖା ଦେଇଛି।ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ମେଡାଲ ଜିତିଵାକୁ ଉଭୟ ଖେଳାଳି ଲକ୍ଷ୍ୟ ରଖିଥିବା ରଖିଥିବାଵେଳେ ଏଥିପାଇଁ ଏଵେ ଜୋରଦାର ଅଭ୍ୟାସ ଚଳାଇଛନ୍ତି।ଆସନ୍ତା ୨୦ ତାରିଖ ଦିନ  ଏମାନେ ରୁଷିଆ ଅଭିମୁଖେ ବାହାରିବେ ଵୋଲି କହିଛନ୍ତି।

ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ଇତିହାସରେ ଏହି ୨ଖେଳାଳି ଆନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଵାକୁ ଯାଉଛନ୍ତି।ଆଉ ଏହାକୁ ନେଇ ଜୟପୁରର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଵି ଵେଶ ଉତ୍ସାହ ଦେଖା ଦେଇଛି।ତେଵେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଵାକୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାକୁ ନେଇ ଚିନ୍ତାରେ ଖେଳାଳି।ତେଣୁ ଖେଳାଳି ମାନଙ୍କୁ ସହାୟତା ପାଇଁ ପ୍ରାୟୋଜକମାନେ ଆଗେଇ ଆସିଵାକୁ ଅପିଲ କରିଛନ୍ତି କ୍ରୀଡା ପ୍ରେମୀ ଓ ସଂଗଠକ।

   Related Posts