ରାତି ସାଢେ ୧୦, ରାଜଧାନୀ ରାସ୍ତାରେ ମାତାଲ୍‌ ଯୁବତୀଙ୍କ ହଙ୍ଗାମା : ପିସିଆର୍‌ ଆସି ୨ଯୁବତୀଙ୍କ ସହ ଅଟୋ ଚାଳକଙ୍କୁ ଉଠାଇନେଲା

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର ୧୫।୦୯: ଚାରିଆଡେ କରୋନା ପାଇଁ କଟକଣା ଜାରି ରହିଛି । କିନ୍ତୁ ଏହି କଟକଣାରେ ସବୁଠୁ ବିବାଦୀୟ ବ୍ୟବସାୟ ଉପରେ ଲାଗୁପାରୁନି ରୋକ୍‌ । ଯେତେ କଟକଣା ସତ୍ତ୍ୱେ ବି ଚୋରାରେ ଚାଲିଛି କାରବାର । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଘଟଣା ପୁରା ଚହଲ ସୃଷ୍ଟି କରିଦେଇଛି। ୨ଜଣ ଯୁବତୀ ଜଣେ ଯୁବକଙ୍କୁ ଗାଳି ଗୁଲଜ ସହ ନିସ୍ତୁକ ମାଡ ମାରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଯୁବତୀ ୨ଜଣ କଲ୍‌ ଗାର୍ଲ ହୋଇଥିବା ସୂଚନା ରହିଛି । ତେଣୁ ମାଡ ଖାଇଥିବା ଯୁବକଜଣଙ୍କ ତାଙ୍କ ଗ୍ରାହକ ଥିଲେ । ଉଭୟଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । କିନ୍ତୁ ପରେ ଘଟଣାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା ମଧ୍ୟ କରାଯାଇଛି ।

ଖବରଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୦ଟା ହେବ। ଷ୍ଟେସନ ଆଡୁ ୨ ଯୁବତୀ ଏକ ଅଟୋରେ କଳ୍ପନା ଆଡ଼କୁ ଆସୁଥିଲେ। ହାପ୍‌ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧିଥିଲେ। ପ୍ରଚୁର ମଦ ପିଇଥିଲେ। ଗୋଡ଼ ବି ଠିକ୍‌ ଭାବେ ତଳେ ପଡୁନଥିଲା । ଅଟୋ ଡ୍ରାଇଭର ବି ନିଶାରେ ଚୁର୍‌ ଥିଲେ। କଳ୍ପନା ମ୍ୟୁଜିୟମ ଛକରେ ଅଟୋକୁ ରଖିଲେ। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ନିସ୍ତୁକ ପିଟିଲେ। ଜଣେ ଯୁବତୀ ଚପଲ ଖୋଲି କି ଯୁବକଙ୍କ ଗାଲକୁ ସେକିବାକୁ ଲାଗିଲା ।

{"id":329761,"sizeSlug":"large"}

ସ୍ଥାନୀୟ ଲୋକ ଘେରିଯାଇ ଯୁବକଙ୍କୁ ପିଟିବାର କାରଣ ପଚାରିଲେ। ଜଣେ ଯୁବତୀ ଚଢ଼ା ଗଳାରେ ଜବାବ୍‌ ଦେଲେ ଯେ, ସେ ଟୋକା ଆମ ଆଡ଼କୁ ଚାହିଁ ପରିସ୍ରା କରୁଥିଲା । କାରଣ ପଚାରିବାରୁ ସେ ଆମ ପାଖକୁ ଯାଇ ମୋବାଇଲ୍‌ରେ ସେକ୍ସ ଭିଡିଓ ଦେଖାଇଲା। ଏଥିପାଇଁ ଆମେ ତାକୁ ପିଟୁଛୁ । ତମେମାନେ ତମ ବାଟରେ ଯାଅ । ଆମକୁ ହଇରାଣ କଲେ, ତମକୁ ବି ପିଟିବୁ । ଏମିତି ବାଣୀ ଶୁଣାଇ ପୁଣି ଯୁବକକୁ ପିଟିବା ଆରମ୍ଭ କଲେ । ୨ ଯୁବତୀଙ୍କୁ ଅଟୋ ଡ୍ରାଇଭର ଜଣକ ବେଶ୍‌ ସହଯୋଗ କରିଥିଲା। ଯୁବତୀମାନଙ୍କ ଏମିତି ଅଶାଳୀନ ବ୍ୟବହାର ଦେଖି ଦେଖଣାହାରୀମାନେ ରାଗି ଯାଇଥିଲେ। ୨ ଯୁବତୀ ଓ ଅଟୋ ଡ୍ରାଇଭରଙ୍କୁ ବିରୋଧ କରିବା ଆରମ୍ଭ କଲେ। ଯୁବତୀଙ୍କୁ ଜବରଦସ୍ତି ଅଟୋରେ ବସାଇ ପୁଲିସକୁ ଫୋନ୍‌ କଲେ । ଅଟୋ ଡ୍ରାଇଭରକୁ ନିସ୍ତୁକ ପିଟିଥିଲେ ।

ଯୁବତୀଙ୍କ କହିବାନୁସାରେ, ଯୁବକଟି ତାଙ୍କ ଆଡ଼କୁ ଚାହିଁ ପରିସ୍ରା କରୁଥିଲା। ଏହାପରେ ପାଖକୁ ଆସି ଖରାପ ଭିଡିଓ ଦେଖାଇଲା। ଏହି ଅଭିଯୋଗ ଆଣି ଜଣେ ଯୁବକଙ୍କୁ ନିସ୍ତୁକ ପିଟିଲେ ଦୁଇ ଯୁବତୀ। ଦେଖଣାହାରୀଙ୍କୁ ଗାଳିଗୁଲଜ ବି କଲେ। କଳ୍ପନା ଛକରେ ଗତକାଲି ବିଳମ୍ବିତ ରାତିରେ ୨ଯୁବତୀ ଏମିତି ହଙ୍ଗାମା କରିଛନ୍ତି। ବଡ଼ଗଡ଼ ଥାନା ପୁଲିସ ୨ ଯୁବତୀଙ୍କ ସହ ଜଣେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସେପଟେ ଏହି ମଉକାରେ ମାଡ଼ ଖାଉଥିବା ଯୁବକଜଣକ ସେଠାରୁ ଚମ୍ପଟ ମାରିଥିଲା । ବଡ଼ଗଡ଼ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଟୋ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । ୨ ଯୁବତୀଙ୍କୁ ଭ୍ୟାନ୍‌ରେ ବସାଇ ଥାନାକୁ ନେଇଥିଲା । ଉଭୟେ କଲ୍‌ ଗାର୍ଲ ବୋଲି ପୁଲିସ ସନ୍ଦେହ କରୁଛି । ମାଡ଼ ଖାଇଥିବା ଯୁବକଜଣକ ଗ୍ରାହକ ଥିଲେ । ଟଙ୍କା ନେଣଦେଣକୁ ନେଇ ଯୁବତୀଦ୍ୱୟ ତାଙ୍କୁ ମାଡ଼ ମାରୁଥିବା ପୁଲିସ ସୂଚନା ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.