ସାମ୍ବାଦିକଙ୍କ ପୋଲିସିଆ ପ୍ରେମ ଫେଲ୍ ! ଆଇଆଇସି କହି ନାବାଳିକାଙ୍କୁ ପ୍ରପୋଜ କରି ଦୁଇ ସାମ୍ବାଦିକ ଗିରଫ
25/04/2020 at 2:59 PM

ଭୁବନେଶ୍ୱର ୨୫।୦୪: ଭାରି ପଡିଲା ପୋଲିସ ନାଁରେ ପ୍ରେମ ନିବେଦନ। ନିଜକୁ ଖଣ୍ଡଗିରି ଥାନା ଆଇଆଇସି କହି ଏକ ୱେବ ପୋର୍ଟାଲ IYAର ୨ ସାମ୍ବାଦିକ ଗିରଫ । ମନୋଜ ମହାନ୍ତି ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଜଣେ ନାବାଳିକାଙ୍କୁ ଫୋନ କରି ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ଅଭିଯୋଗ ଆସିଛି ।

କିଛି ଦିନ ତଳେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାକୁ ଆସିଥିଲେ ନାବାଳିକା । ସେହି ସମୟରେ ଉଭୟ ସଂପୃକ୍ତ ନାବାଳିକାଙ୍କ ଠାରୁ ଫୋନ ନମ୍ବର ନେଇଥିଲେ । ପରେ ନିଜକୁ ଖଣ୍ଡଗିରି ଥାନା ଆଇଆଇସିର ପରିଚୟ ଦେଇ ଫୋନ କରି ହଇରାଣ କରିଥିଲେ । ପରେ ନାବାଳିକା ଜଣ ପୁଣି ଖଣ୍ଡଗିରି ଥାନାକୁ ଆସି ଅଭିଯୋଗ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ନାବାଳିକାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କାର ଜବତ କରିଛି ପୋଲିସ । କାରରୁ ମଦ ଜବତ ହୋଇଥିବା ପୋଲିସ କହିଛି ।
