ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ

Published By : Prameya-News7 Bureau | February 25, 2021 IST

ରାୟପୁର ୨୫।୦୨: ଓଡିଶା ଛତିଶଗଡ଼ ସୀମା ନାରାୟଣପୁର ଜିଲ୍ଲାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏହି ଘଟଣାରେ ୨ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":414314,"sizeSlug":"large","linkDestination":"none"}

ନାରାୟଣପୁର ଓ ସୋନପୁର ରାସ୍ତାରେ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ , ମାଓବାଦୀ ମାନେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ । ଘଟଣାସ୍ଥଳରେ ହିଁ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇଥିବା ଜଣା ପଡ଼ିଛି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ହେଉଛନ୍ତି ନାରାୟଣପୁରର ଡି. ଆର.ଜି ଯବାନ କନେର ଉସେଣ୍ଡି ଓ ତାମିଲନଡୁ ର ଆଇ.ଟି.ବି.ପି ଯବାନ ଏନ୍. ବାଲାଚାମି ।.ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବାଘେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.