ମାଥିଲି ଥାନା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ଗୁରୁତର

Published By : Prameya-News7 Bureau | May 11, 2019 IST

ମାଲକାନଗିରି ୧୧|୫: ମାଲକାନଗିରି ମାଥିଲି ଥାନା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀ ପଞ୍ଚାୟତର ଗୁଗାପଦର ଗାଁ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଯବାନ ମାନେ ପାଟ୍ରୋଲିଂରେ ଯାଇଥିବା ବେଳେ ମାଓବାଦୀମାନେ ସେହି ରାସ୍ତାରେ ପୂର୍ବ ଯୋଜନା ମୁତାବକ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଯାହାର ଶିକାର ହୋଇଛନ୍ତି ଯବାନ ମାନେ । ଆହତ ଯବାନ ମାନଙ୍କୁ ମେଡିକାଲ ଆଣିବା ପାଇଁ ମାଥିଲି ମେଡିକାଲର ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.