ଗଲଓ୍ୱାନ୍‌ ଘାଟିରେ ଚୀନ-ଭାରତ ସଂଘର୍ଷ : ୨ ଓଡିଆ ଯବାନ ଶହିଦ, ଗାଁରେ ଶୋକାକୁଳ ପରିବେଶ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ସୋମବାର ବିଳମ୍ବିତ ରାତିରେ  ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ଲଦାଖର ଗାଲଓ୍ୱାନ୍‌ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେପଟେ ଚୀନ୍‌ର ୪୦ରୁ ଅଧିକ ଯବାନ ମୃତାହତ ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ ତାହାର କେତେ ସଂଖ୍ୟକ ସେନା ମୃତାହତ ହୋଇଛନ୍ତି । ସେନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ଏହି ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶାର ୨ଯବାନ ରହିଛନ୍ତି ।   

{"id":287530,"width":564,"height":563,"sizeSlug":"large"}

ଭାରତ ଚୀନ ସୀମାରେ ସହିଦ ହୋଇଛନ୍ତି ୨ଓଡିଆ । ସେମାନଙ୍କ ମଧ୍ୟରୁ ଜଣେ ସହିଦଙ୍କ ଘର କନ୍ଧମାଳ ଜିଲ୍ଲାର ରାଇକିଆର ଏବଂ ଅନ୍ୟ ଜଣେ ସହିଦଙ୍କ ଘର ମୟୁରଭଞ୍ଜର ରାଇରଙ୍ଗପୁରରେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଓରପଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହେବା ଖବର ମିଳିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦୁଋଖରେ ଭାଙ୍ଗି ପଡିଛନ୍ତି ବାପା, ମାଆ, ସାନଭାଇ ଏବଂ ସାନ ଭଉଣୀ । ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ସାରା ପରିବାର ଭାଙ୍ଗିପଡିଛି । ସେହିପରି ରାଇରଙ୍ଗପୁର ଗଡଚମ୍ପାବୁଦା ଗାଁର ନନ୍ଦୁରାମ ସୋରେନ୍ ସହିଦ ହୋଇଛନ୍ତି । ସେ ନାଏବ ସୁଦେବାର ଥିଲେ । ନନ୍ଦୁରାମ ଜୁନିଅର କମାଣ୍ଡିଙ୍ଗ ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ୩ଟି ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

{"id":287466,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.