ପୋଲିସ ଭ୍ୟାନ୍କୁ ଧକ୍କା ଦେଲା ଟ୍ରକ୍ ; ଦୁଇ ଯବାନ ମୃତ, ୨୩ ଆହତ
1/03/2019 at 8:24 AM

ଝାରସୁଗୁଡା ୧|୩: ଝାରସୁଗୁଡା ଜିଲ୍ଲା ବେଲପାହାଡ ବାଇପାସ୍ ନିକଟରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ଭ୍ୟାନ୍ ଦୁର୍ଘଟଣା ହୋଇଛି । ପୋଲିସ ଭ୍ୟାନ୍କୁ ଧକ୍କା ଦେଇଛି ଟ୍ରକ୍ । ଦୁର୍ଘଟଣାରେ ୨ ଯବନଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଯବାନ ଆହତ ହୋଇଛନ୍ତି ।

ଆହତମାନଙ୍କୁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ଓ ବେଲପାହାଡର ଜାହାଙ୍ଗିର ହସପିଟାଲରେ ଭର୍ତ୍ତି କରାଯାଇଛି । ୪ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଭ୍ୟାନ୍ରେ ଓଏସଓପି, ଦ୍ବିତୀୟ ବାଟାଲିଅନ ଯବାନ ଯାଉଥିଲେ ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021