ପାକିସ୍ତାନ ସେନାର ଅସ୍ତ୍ର ବିରତି ଉଲଂଘନ : ପାକ୍ ସେନା ଗୁଳିରେ ଦୁଇ ଭାରତୀୟ ଯବାନ ସହିଦ
20/10/2019 at 12:28 PM

ଶ୍ରୀନଗର ୨୦।୧୦: ପାକିସ୍ତାନ ସେନାର ପୁଣି ନାପାକ ହରକତ୍ । ପାକ୍ ସେନା ଗୁଳିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଆଜି ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ଲଗାତର ଅସ୍ତ୍ରବିରତି ଉଲଂଘନ କରୁଛି ପାକ୍ । ପାକ୍ କୁ ମୁହଁ ତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ତେବେ ପାକ୍ ସେନାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ।
ଚଳିତ ମାସ ୧୩ ତାରିଖରେ ମଧ୍ୟ ପାକ୍ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କୀ ଅନୁପ୍ରବେଶ ତଥା ସୀମାରେ ବାରମ୍ବାର ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛି ପାକିସ୍ତାନ। ସେହିପରି କାଠୁଆ ସେକ୍ଟରରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଗୁଳି ଓ ମୋଟାର ମାଡ କରିଥିବା ମଧ୍ୟ ଜଣାପଡିଛି ।