ବାଇକ୍‌କୁ ଧକ୍କାଦେଲା ପିକ୍‌ନିକ୍ ଗାଡି, ୨ ଗୁରୁତର

Published By : Prameya-News7 Bureau | December 22, 2019 IST

ଭଦ୍ରକ ୨୨।୧୨: ବାଇକ୍‌କୁ ଧକ୍କା ଦେଲା ପିକନିକ ଗାଡି । ଦୁର୍ଘଟଣାରେ ଦୁଇ ଗୁରୁତର । ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଥାନା ମଜୁରିଗଡ଼ିଆ  ଛକ ନିକଟରେ ଦୁର୍ଘଟଣା ଘଟିଛି ।

{"id":200998,"sizeSlug":"large"}

ଖୋର୍ଦ୍ଧାରୁ ଦେବକୁଣ୍ଡକୁ ପିକନିକ ପାଇଁ ଏକ ବାଲେନୋ କାରରେ କେତେକ ଲୋକ ଆସୁଥିବା ବେଳେ ମଜୁରିଗଡ଼ିଆ ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ବାଇକରେ ଥିବା ଦୁଇଜଣ ଗୁରୁତର ହୋଇଥିଲେ । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି ।

{"id":200999,"sizeSlug":"large"}

୬ ଲେନ୍ ବିଶିଷ୍ଟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବାରୁ ଗୋଟିଏ ପାର୍ଶ୍ବ ରାସ୍ତା ବନ୍ଦ କରି ଅନ୍ୟ ଗୋଟିଏ ଲେନରେ ଉଭୟ ପାର୍ଶ୍ବର ଗାଡି ଯାତାୟତ କରୁଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯାତାୟତ ସ୍ବାଭାବିକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.