ବାରହା ଆକ୍ରମଣରେ ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 27, 2019 IST

ଖୋର୍ଦ୍ଧା ୨୭।୧୦: ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି ।

{"id":175508}

ଖୋର୍ଦ୍ଧା ବ୍ଲକ୍ ମଲିପୁର ପଂଚାୟତ ନିଆଳି ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ବିଜୟ ନାୟକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ବିଜୟଙ୍କ ଭିଣୋଇ ସେହି ଗ୍ରାମର ଯୋଗେଶ୍ଵର ପଲେଇ ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ବିଜୟଙ୍କ ନାକ, ଦୁଇ ହାତ, ଗୋଡ, କାନରେ ପ୍ରବଳ ଆଘାତ ଲାଗିଛି । ଉଭୟଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବିଜୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଯୋଗେଶ୍ଵର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.