ପାଗଳ ମାଙ୍କଡ଼ ଆତଙ୍କ : ଗୋଡେଇ ଗୋଡେଇ କାମୁଡୁଛି, ୨ ନାବାଳକ ଆହତ
25/01/2021 at 8:16 AM

Image Courtesy : file
ସାନଖେମୁଣ୍ଡି ୨୫।୦୧ : ପାଗଳ ମାଙ୍କଡ ଆତଙ୍କ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୂଆଁ ପେଣ୍ଠ ଗାଁରେ ପାଗଳ ମାଙ୍କଡ ଆତଙ୍କରେ ୨ଜଣ ବାଳକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗତକିଛି ଦିନ ହେଲା ନୂଆ ପେଣ୍ଠ ଗାଁରେ ପାଗଳ ମାଙ୍କଡ଼ଙ୍କ ଆତଙ୍କ ଜାରି ରହିଛି । ଏପରିକି ମଣିଷଙ୍କୁ ଗୋଡେଇ ଗୋଡେଇ କାମୁଡିଥିବା ବେଳେ ଏହା ଶିକାର ହୋଇଛନ୍ତି ୫ ବର୍ଷର ଡି. କୌଶିକ ଏବଂ ୧୬ ବର୍ଷର ଶିବ ସାହୁ ନାବାଳକ । ଆଣ୍ଠୁକୁ କାମୁଡି ରକ୍ତାକ୍ତ କରିବା ସହ ମାଂସ ଖଣ୍ଡ ବାହାର କରିଦେଇଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
Related Posts
ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
27 February 2021
ଗ୍ୟାସ୍ରୁ ଅଗ୍ନିକାଣ୍ଡ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର
27 February 2021
ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ : ଦେଶୀ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ
27 February 2021