ରାଜନୈତିକ ହିଂସା, ଭୁଜାଲି ଆକ୍ରମଣରେ ଦୁଇ ଆହତ

Published By : Prameya-News7 Bureau | April 12, 2019 IST

ଜଗତସିଂହପୁର ୧୨|୪: ଜଗତସିଂହପୁରରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଗତସିଂହପୁର ନଗର କଂଗ୍ରେସ ଓବିସି ସେଲ୍ ସଭାପତି ସୂର୍ଯ୍ୟକାନ୍ତ ସାହୁ ଓରଫ ବବଲୁ ଓ ବସନ୍ତ ପାତ୍ର ଓରଫ ବସୁଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସଦର ମହକୁମା ମକୁନ୍ଦପୁର ଗାଁରେ ଏହି ଘଟଣା ଘଟିଛି ।

ଗତ ବିଳମ୍ବିତ ରାତିରେ କଂଗ୍ରେସ ପତାକା ମରାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି । ଅନ୍ୟ ଏକ ଦଳର ସମର୍ଥକ ପତାକା ମରାକୁ ବିରୋଧ କରି ସୂର୍ଯ୍ୟକାନ୍ତ ଓ ବସନ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି । ସୂର୍ଯ୍ୟକାନ୍ତଙ୍କ ଗାଲରେ ଗଭୀର କ୍ଷତ ହୋଇଥିବା ବେଳେ ବସନ୍ତଙ୍କ ଗୋଡ଼ରେ ଆଘାତ ଲାଗିଛି । ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଆକ୍ରମଣକାରୀଙ୍କ ବୁଲେଟ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.