ବଜ୍ରାଘାତରେ ଦୁଇ ଜଣ ଗୁରୁତର

Published By : Prameya-News7 Bureau | July 25, 2019 IST

ଆନନ୍ଦପୁର ୨୫|୭: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରପାତରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ଅକରୁଆ ଗାଁର ଯୁବକ ଅକ୍ଷୟ ଜେନା ନିଜ ଘର ଦାଣ୍ଡ ପିଣ୍ଢାରେ ବସିଥିବା ସମୟରେ ବଜ୍ରପାତ ଯୋଗୁଁ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ଭର୍ତ୍ତି କରିଛନ୍ତି ।

ସେହିପରି ଘସିପୁରା ଥାନା ଅନ୍ତର୍ଗତ କୁମୁଡ ଗାଁର ଶରତ ନାୟକ ନିଜ ନିର୍ମାଣଧିନ ଇନ୍ଦିରା ଆବାସ ଘର ନିକଟରେ ଛିଡା ହୋଇଥିବା ବେଳେ ବଜ୍ରପାତ ଯୋଗୁଁ ଘରର ଗୋଟିଏ ପାଖ କାନ୍ଥ ତାଙ୍କ ଉପରେ ପଡିଯିବାରୁ  ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.