ଦନ୍ତା ହାତୀ ଆକ୍ରମଣରେ ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 12, 2019 IST

କାମାକ୍ଷାନଗର ୧୨।୧୨: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନରେ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କୁନ୍ଦନଦେଇପୁର ବେରେଣା ନିକଟରେ ଦନ୍ତାହାତୀ ଆକ୍ରମଣ କରିଛି । ଆହତ ଦୁଇ ଜଣ ହେଲେ ପରଜଙ୍ଗ ଥାନା କୁନ୍ଦନଦେଇପୁର ଗାଁର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଓ ଶ୍ରୀପତି ନାୟକ । ଦୁହେଁ ଧାନ କାଟିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶୀକାର ହୋଇଥିଲେ ।

{"id":196702,"sizeSlug":"large"}

ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ରେଞ୍ଜର ସୁବ୍ରତ ବେହେରା ପହଞ୍ଚି ପ୍ରାଥମିକ ଚିକିତ୍ସା ପାଇଁ ଉଭୟଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.