ବିଦ୍ୟୁତ୍ ଖୁଣ୍ଟ ସିଧା କରୁଥିବା ବେଳେ ଲାଗିଲା ଆଘାତ, ୨ ଜଣ ଗୁରୁତର

Published By : Prameya-News7 Bureau | December 22, 2020 IST

ଜଳେଶ୍ବର ୨୨।୧୨: ରେଳ ଲାଇନ୍ ପାର୍ଶ୍ଵରେ କାମ ଚାଲିଥିବା ବେଳେ ଲାଗିଲା ବିଦ୍ୟୁତ୍ ଆଘାତ । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ରୁପସାରୁ ବାଙ୍ଗିରିପୋଷି ଯାଇଥିବା ରେଳ ଲାଇନ୍ ପାର୍ଶ୍ଵରେ ଇଲେକ୍ଟ୍ରି କାମ ଚାଲିଥିଲା । ବିଦ୍ୟୁତ୍ ଖୁଣ୍ଟକୁ ସିଧା କରୁଥିବା ବେଳେ ୨୫ କେଭି ଲାଇନରୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତର ଦୁଇ ଜଣ ଠିକାଶ୍ରମିକଙ୍କୁ ପ୍ରଥମେ ରୁପସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡିଛି । ରୁପସା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.