ପିକ୍‌ଅପ୍ ଭ୍ୟାନ୍‌ ଏବଂ ହାଇଓ୍ୱା ମୁହାଁମୁହିଁ ଧକ୍କା, ଏକାଧିକ ଆହତ

Published By : Prameya-News7 Bureau | October 31, 2020 IST

ସୋର ୩୧।୧୦: ପିକ୍‌ଅପ୍ ଭ୍ୟାନ୍‌ ଓ ହାଇଓ୍ୱା ମଧ୍ୟରେ ଧକ୍କା । ଦୁର୍ଘଟଣାରେ ୨ଯୁବକ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିଟକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା  ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ କଲେଜ ନିକଟରେ ଦୁର୍ଘଟଣା ଘଟିଛି ।

{"id":353707,"sizeSlug":"large"}

ଖବର ଅନୁଯାୟୀ,  ପିକଅପ ଟି ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଯାଉଥିଲା ବେଳେ ଭଦ୍ରକରୁ ବାଲେଶ୍ବର  ପଟୁ ଆସୁଥିବା ହାଇୱା ସହିତ ମୁଁହାମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ପିକଅପ ଡ୍ରାଇଭର ଏବଂ ହେଲପର ଗୁରୁତ୍ୱ ଭାବେ ଆହତ ହୋଇଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସିମୁଳିଆ ମେଡିକାଲ ଭର୍ତ୍ତି କରାଯାଇଥିଲା ।  ପରେ  ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ , ତାଙ୍କୁ  କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

{"id":353710,"sizeSlug":"large"}

ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ପ୍ରକାଶ ବେହେରା ଏବଂ ରୋହିତ ଦାସ ବୋଲି ଜଣାପଡ଼ିଛି। ଅନ୍ୟପଟେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.