କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡାକ୍ତରଙ୍କ ସମେତ ୨ ଆହତ

Published By : Prameya-News7 Bureau | April 16, 2021 IST

ବ୍ରହ୍ମପୁର ୧୬।୪: ବ୍ରହ୍ମପୁର ଗୋସାଣୀନୂଆଗାଁ ଓଭରବ୍ରିଜ ନିକଟରେ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍‌ । ଦୁର୍ଘଟଣା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୋସାଣୀନୂଆଗାଁ ଓଭରବ୍ରିଜ୍ ନିକଟରେ କାରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍‌ । ଫଳରେ ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଗୋପାଳପୁର ମେଡିକାଲର ଜଣେ ଡାକ୍ତର ଥିବା ଜଣାପଡିଛି । ଆହାତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.