ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଜଣ ଆହତ

Published By : Prameya-News7 Bureau | August 11, 2018 IST

ଦେବଗଡ ୧୧/୮ : ଦେବଗଡ ୪୬ ନମ୍ବର ଜାତୀୟ ରାଜପଥ ବଳମ ଗାଁ ନିକଟରେ ଦୁର୍ଘଟଣା । ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଆହତ ହୋଇଛନ୍ତି । ଦେବଗଡ ପଟୁ ଯାଉଥିବା ଏକ ଟ୍ରକ୍ ସହ କେନ୍ଦୁଝରରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ବାଲେଶ୍ବର ଦେଖାଦେଇଥିବା ବେଳେ ଗାଡି ଚଳାଚଳ ବନ୍ଦ ଥିଲା । ପୋଲିସ ପହଞ୍ଚି ଟ୍ରାଫିକ ସମସ୍ୟା ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.