Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମଗିରି : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଭାଇଙ୍କ ମୃତ୍ୟୁ ପରେ ଭାଉଜଙ୍କୁ କରିଥିଲା ବିବାହ
  • ||
  • ଖସୁଛି ସଂକ୍ରମଣ : ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୦ ହଜାରରୁ ଅଧିକ ପଜିଟିଭ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୩୧୫ କରୋନା ପଜିଟିଭ୍
  • ||

ଅନୁଗୋଳ ଝରଝରି ଘାଟି ନିକଟରେ କାର୍ ଦୁର୍ଘଟଣା : ଦୁଇ ପ୍ରବାସୀ ଓଡିଆ ଆହତ, ଥିଲେ ପଶ୍ଚିମବଙ୍ଗ କ୍ବାରେଣ୍ଟାଇନ୍ ସେଣ୍ଟରରେ

15/05/2020 at 7:01 AM

ଆଠମଲ୍ଲିକ ୧୫।୫: ଆଠମଲ୍ଲିକ-ଅନୁଗୋଳ ରାସ୍ତାର ଝରଝରି ଘାଟି ନିକଟରେ ପଶ୍ଚିମବଙ୍ଗର ଏକ କାର ଦୁର୍ଘଟଣାଗ୍ରସ୍ତ ହେଇଛି । ଶୁକ୍ରବାର ଭୋର ୫ଟା ବେଳେ ଦୁର୍ଘଟଣା ଘଟିଛି । କାରରେ ୩ ଜଣ ଥିଲେ । ସମସ୍ତେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ-ଅନୁଗୋଳ ରାସ୍ତାର ଝରଝରି ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଠାକୁଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।କାର୍ ଦୁର୍ଘଟଣା ପରେ ସେମାନଙ୍କ ନିକଟରୁ ମିଳିଥିବା ପାସରୁ ଜଣାପଡିଛି ଯେ ସେମାନେ ଭୁବନେଶ୍ବରରୁ ବଲାଙ୍ଗିର ଯାଉଥିଲେ । କାରରେ ଯାଉଥିବା ଦୁଇ ଜଣ ହେଉଛନ୍ତି ପଶ୍ଚିମବଙ୍ଗ କ୍ବାରେଣ୍ଟାଇନ୍ ସେଣ୍ଟରର । ସେମାନଙ୍କୁ ବଲାଙ୍ଗୀର କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଥିଲା । ମାତ୍ର ଗାଡି ଦୁର୍ଘଟଣା ହେବାରୁ ସେମାନଙ୍କୁ ଏବେ ସେହିଠାରେ ରଖାଯାଇଛି । ଆଠମଲ୍ଲିକ ପୋଲିସ ପହଞ୍ଚିବା ପରେ ଯାଇ ସେମାନଙ୍କୁ ଅନ୍ୟ ଗାଡିରେ ପଠାଇବାର ବ୍ୟବସ୍ଥା କରାଯିବ ।

   Related Posts