ନିର୍ମାଣାଧୀନ ସ୍କୁଲ କୋଠା ଭୁଶୁଡି ଦୁଇ ଶ୍ରମିକ ଗୁରୁତର

Published By : Prameya-News7 Bureau | June 09, 2019 IST

ଝାରସୁଗୁଡ଼ା ୯|୬: ଝାରସୁଗୁଡ଼ାରେ ନିର୍ମାଣାଧୀନ ସ୍କୁଲ୍ କୋଠା ଭୁଶୁଡ଼ି ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି  । ଛାତ ପଡିବା ବେଳେ ସ୍କୁଲର ନିର୍ମାଣାଧୀନ କୋଠା ଭୁଶୁଡିବାରୁ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ପ୍ରାୟ ୨ ଘଣ୍ଟା ସଂଘର୍ଷ କରିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣକ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘଟଣା ଘଟିଛି ଲଖନପୁର ବ୍ଲକର ଧୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ସ୍କୁଲରେ ଅତିରିକ୍ତ କୋଠା ନିର୍ମାଣ ଚାଲିଥିବା ବେଳେ ନିମ୍ନମାନର କାମ ଯୋଗୁଁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ କାମ କରୁଥିବା ଠିକାଦାର ଛାତ ପକାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.