ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଭାଲୁ ଆକ୍ରମଣ, ଦୁଇ ଗୁରୁତର

Published By : Prameya-News7 Bureau | September 07, 2021 IST

ତେଲକୋଇ ୭।୯: ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳ ପୁରଯୋଡା ପଞ୍ଚାୟତ ଗୁଡିକଂସର ଗାଁରେ ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ଦୁଇ ଗୁରୁତର ହେଲେ ଜିତେନ୍ଦ୍ର ବେହେରା ଓ ଘନ ମୁଣ୍ଡା ।

ପ୍ରତିଦିନ ସକାଳୁ ଜିତେନ୍ଦ୍ର ନିଜ ହାତ ତିଆରି ହାଣ୍ଡି ମାଠିଆକୁ ବିକ୍ରି କରିବାକୁ ଗାଁକୁ ଗାଁ ଯାଇଥାନ୍ତି । ମଙ୍ଗଳବାର ସକାଳୁ ନିଜ ଗାଁ ପୁରୁଯୋଡାରୁ ହାଣ୍ଡି ମାଠିଆ ବିକ୍ରି ପାଇଁ ଗୁଡିକଂସର ଗାଁକୁ ଯାଉଥିବା ବେଳେ ରାସ୍ତାରେ ଭାଲୁ ଆକ୍ରମଣ କରିଥିଲା । ଅନ୍ୟ ଜଣେ ବେଣାମୁଣ୍ଡା ଗାଁର ଘନ ମୁଣ୍ଡା ସାଇକେଲ ଯୋଗେ ଗୁଡିକଂସର ଗାଁକୁ କୌଣସି କାମରେ ଯାଉଥିବା ସମୟରେ ସେ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ କାଳିଆହତା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.